ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚକ୍ରଧରପୁର ଏସିଏମ ବିନିତ କୁମାରଙ୍କ ରାଉରକେଲା ରେଳ ଷ୍ଟେସନ ତଦାରଖ

ରାଉରକେଲା/ ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ଡିଭିଜନର ସହକାରୀ ବାଣିଜ୍ୟିକ ଅଧିକାରୀ ବିନିତ କୁମାର ରାଉରକେଲା ଗସ୍ତରେ ଆସି ରେଳ ଷ୍ଟେସନର ବିଭିନ୍ନ କାର୍ଯ୍ୟକୁ ତଦାରଖ କରିବା ସହ ସୌନ୍ଦର୍ଯ୍ୟ କରଣ ଓ ଅନ୍ୟାନ୍ୟ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଆଗାମୀ ହକି ବିଶ୍ବକପକୁ ଦୃଷ୍ଟିରେ ରଖି ରେଳଷ୍ଟେସନକୁ ସଫାସୁତୁରା, ରାଉରକେଲା କୁ ଆସୁଥିବା ଟ୍ରେନ ଗୁଡିକରେ ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ବଗି ଯୋଡିବା, ଷ୍ଟେସନ ପରିସରରେ ଅସ୍ଥାୟୀ ଚିକିତ୍ସା ଶିବିର, ସୌନ୍ଦର୍ଯ୍ୟ କରଣ,ପାର୍କିଂ ସୁବିଧା ଓ ଅଟୋ ଚାଳକଙ୍କ ସମସ୍ୟା, ଅବୈଧ ଟିକେଟ ବିକ୍ରି କୁ ରୋକିବା ଓ ଅଣସ୍ବୀକୃତ ଭେଣ୍ଡିଂ କୁ ପ୍ରଶୟ ନଦେବା ନେଇ ସେ ଆଲୋଚନା କରିଥିଲେ । ଏଥିପାଇଁ ସେ ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡିଥିଲେ । ସେହିପରି ଦ୍ବିତୀୟ ପ୍ରବେଶ ପଥ ନିକଟରେ ଥିବା ଟିକେଟ୍ କାଉଣ୍ଟରକୁ ଶୀଘ୍ର ଖୋଲିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ ମିଶ୍ର, ବନ୍ଧମୁଣ୍ଡାର ଏରିଆ ମ୍ୟାନେଜର ରାଜକିଶୋର ମହାନ୍ତି ଓ ରାଉରକେଲା ଷ୍ଟେସନର ମୁଖ୍ୟ ପ୍ରବନ୍ଧକ ପ୍ରଭାସ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଛାୟା ସଂସଦ ପ୍ରତିଯୋଗିତା 

Sunil Chandra Nayak

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା ୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡା ରେ ଅନୁଷ୍ଠିତ

Sunil Chandra Nayak

ବାବା ସାହେବ ଅମ୍ବେଦକର ଙ୍କ ଜନ୍ମ ଜୟନ୍ତି ପାଳନ

Sunil Chandra Nayak

Leave a Comment

error: Content is protected !!