ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

l l l ଜଣାଣ l l l

 

 ମାନଗୋବିନ୍ଦ ସ୍ବାଇଁ

ଆଖିରେ ଦେଖିଲେ ତୋ ନୂପ ଛବିକୁ
       ମନରେ ଭକ୍ତି ପ୍ରଣାମ 
ଦିନ ଯାଉ ଗଡ଼ି ଜୀବନ ମଧ୍ୟରେ 
        ଠାକୁର ମୋର ଦର୍ଶନ।
ତୋ ଗୀତ ସଂଗୀତ ଦେଉଛି ଆନନ୍ଦ
           ଭକ୍ତି ପବିତ୍ର ଶୁଦ୍ଧତା
ଜୀବନ ସଂଗ୍ରାମ ସ଼ଂଘର୍ଷ କରିବା
        ବଞ୍ଚିବା ମୋର ଦେବତା।
ସେବକ ହେବାର ମହତ ରହିଛି
          ସମାଜ ମଙ୍ଗଳ ପାଇଁ
ସେବା ଦେବା ପାଇଁ ଅନୁମତି ପ୍ରଭୁ
        ଦିଅ ଚରଣେ ଗୋସାଇଁ। 
ମୋ ଜୀବନ ଚକ୍ର ମୋ ଭାଗ୍ୟ ବଦଳି
      ହବ ମୋ ପରିବର୍ତ୍ତନ
ପ୍ରଭୁ ଆଶିର୍ବାଦ ଶୁଭ ମୋ ସମ୍ବାଦ
       ହସଖୁସି ଯିବ ଦିନ।
ଜପ ତପ କଲେ ପ୍ରଭୁଙ୍କ ସାକ୍ଷାତ
      ଭଜନ ଜଣାଣ ସ୍ଵର
ମଧୁର ବଚନ ଗୁପ୍ତ ମନ୍ତ୍ର ମଧ୍ୟେ
      ଭାବନା କହେ ଈଶ୍ୱର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ପରମାନନ୍ଦ  ଠାକୁର ଙ୍କ କବିତା = ଦୁର୍ନୀତି

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ତୁମେ ହେବକି ମୋ

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  _ _   ଆସିଛୁ _ _

Sunil Chandra Nayak

Leave a Comment

error: Content is protected !!