ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମମତା ସାହୁ ଙ୍କ କବିତା // ଶୀତକାଳୀନ ପ୍ରଭାତ

 ଶୀତକାଳୀନ ପ୍ରଭାତ

ଶୀତକାଳୀନ ପ୍ରଭାତ
ଚତୁଃର୍ଦିଗ ଶିଶିର ସିକ୍ତ।।
ନବୋଦିତ ଅରୁଣଙ୍କର
କିରଣ ରେଖା କୋମଳ।।
ପ୍ରତିଫଳିତ କରେ ତାର
ସୁବର୍ଣ୍ଣ ମୁକ୍ତା ସମ୍ଭାର।।
ଶିଶିର ଜଳ ଶୀତଳ
ସ୍ନାନ କରିଛି ସକଳ।।
ଦ୍ରୁମଲତା ବଳୀ ସବୁଜ
ପତ୍ରରେ ଶିଶିରର ପାତ।।
ଶୁଭ୍ର ଶିଶିର ବିନ୍ଦୁ ସ୍ବଚ୍ଛ
ଘାସ ଗାଲିଚାରେ ଖଚିତ।।
ଦେଖି ଏ ଶୋଭା ବିଭବ
ବର୍ଣ୍ଣନା ନୁହେଁ ସମ୍ଭବ।।
ପଲ୍ଲୀ ଉଦ୍ୟାନ ଗୁଡିକ
ଦେଖି ଫୁଲ ଶୋଭା ସୁଖ।।
ନାନା ଫୁଲ ପ୍ରସ୍ଫୁଟିତ
ସୌନ୍ଦର୍ଯ୍ୟରେ କନକିତ।।
ଶିଶିର ସଜଳ ପ୍ରତ୍ୟୁଷ
ଦୁଗଧ ଧବଳ ଦୃଶ୍ୟ।।
ମନୋମୁଗ୍ଧ କରେ ଅତି
ପବିତ୍ର ଦୃଶ୍ୟ ଆଳତି
ନିର୍ମଳ ପ୍ରଭାତ ଶିରେ
ମ୍ରିୟମାଣ ଶୀତ ସ୍ପର୍ଶରେ
ଆଚ୍ଛାଦିତ ଧରା ବକ୍ଷରେ
ମନେ ଉନ୍ମଷଣ ଭରେ।।

       ମମତା ସାହୁ

           ଗାଈଗାଁ, କଳାହାଣ୍ଡି

Related posts

ପ୍ରତିମା ଶତପଥି ଙ୍କ କବିତା l l ପୌଷ ପୂର୍ଣ୍ଣିମା l l

Sunil Chandra Nayak

କୁମାରୀ ପୁଷ୍ପଲତା ମୁଣ୍ଡା ଙ୍କ କବିତା = ଶୁଭ ଜନ୍ମ ଦିନ 

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

Leave a Comment

error: Content is protected !!