ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁମ୍ଭାରିଠାରେ ମହାଭାରତ ପାରାୟଣର ଶୁଭ ଖମ୍ବ ସ୍ଥାପନ

ଟେମରୀ(ମନିସ):୦୮/୦୧:-“ସତ୍ୟ ମେବ ଜୟତେ ” ଦ୍ଵାପର ଯୁଗରେ ଯେତେ ବେଳେ ଏହି ଭାରତ ବର୍ଷରେ ପାପଭାର ଦିନକୁ ଦିନକୁ ବଢିଲା ସେତେବେଳେ ଦୁର୍ଯ୍ୟୋଧନ ଓ ପାଣ୍ଡବ ମାନଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ହୋଇଥିଲା ।

ସ୍ବୟଂ ଭଗବାନ ଶ୍ରୀ କୃଷ୍ଣ ପାପଭାର କମାଇବା ପାଇଁ ଏହି ଯୁଦ୍ଧର ସୂତ୍ରଧାର ଥିଲେ ଓ ପାପୀ ମାନଙ୍କୁ ବିନାଶ କରି ସତ୍ୟ, ନ୍ୟାୟ, ଶାନ୍ତିର ବିଜୟ ବାନା ଉଡ଼ାଇ ଧର୍ମର ପ୍ରତିଷ୍ଠା କରିଥିଲେ । ଏହି ଇତିହାସ ପୃଷ୍ଠା ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ମହାଭାରତରେ ଲିପିବଦ୍ଧ । ଯେଉଁଠାରେ ଏହି ପବିତ୍ର ଗ୍ରନ୍ଥ ପଠନ କରାଯାଏ , ସେହି ସ୍ଥଳକୁ ପବିତ୍ର କ୍ଷେତ୍ର ମନାଯାଏ। ଏହି ପବିତ୍ର ଗ୍ରନ୍ଥ ପଠନ ମହୋତ୍ସବ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍ଭାରି ଗ୍ରାମର ତେଲ ନଦୀ କୂଳେ ଆମ୍ବ ତୁଠାରେ ଆଗତ ଚୈତ୍ର ପୂର୍ଣ୍ଣିମା ଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆୟୋଜିତ ହେବା ଥିବାରୁ ଏହି ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି। ଏହି କାର୍ଯ୍ୟକ୍ରମକୁ ସହଯୋଗ କରିବା ପାଇଁ ଏହି ଅଞ୍ଚଳ ବାସୀ ହାତ ଲମ୍ବି ଆସିବା ସହ ଲୋକଙ୍କ ଉପସ୍ଥିତି ଭିଡ ଆଜି ମହାଭାରତ ପାରାୟଣ ଶୁଭ ଖମ୍ବ ସ୍ଥାପନରେ ଦେଖାଯାଇଛି । ଏହି ପାରାୟଣ ଶୁଭ ଖମ୍ବ ସ୍ଥାପନ କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ପରିକ୍ଷ ସା ଓ ତାଙ୍କ ଧର୍ମ ପତ୍ନୀ ହେମଲତା ସା କାର୍ଯ୍ୟ ତୁଲାଇ ଥିବା ବେଳେ ଭବାନୀପାଟଣା ରାଜ କୁମାର ବା ପୂର୍ବତନ ଲୋକସଭା ସଦସ୍ୟ ଅର୍କକେଶରୀ ସିଂଦେଓ ଓ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ବା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟାଶଙ୍କର ମିଶ୍ର , ଭବାନୀପାଟଣା ବଦ୍ରି ନାରାୟଣ ପଟ୍ଟନାୟକ, ରୁପେଶ କୁମାର ଜୈନ ତଥା ଏହି ଅଂଚଳର ଅନ୍ୟାନ୍ୟ ମାନ୍ୟଗଣ୍ୟ, ଭଦ୍ର ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଲ୍ୟ ମଣ୍ଡିତ କରିଛନ୍ତି ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ତେରେସିଂହାରେ ନାଗ ଯାତ୍ରା ଅନୁଷ୍ଠିତ

masiha

କୁମ୍ଭାରୀଠାରେ ୫୧ ତମ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହୋତ୍ସବ-୨୦୨୩ ପାଳିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ସ୍ଥାନରେ ରାମ ନବମୀ ପାଳିତ

Sunil Chandra Nayak

Leave a Comment

error: Content is protected !!