ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଜଗତସିଂହପୁର ଜିଲ୍ଲା ପରିଦର୍ଶନ କଲେ

ଜଗତସିଂହପୁର :-10/01/23 -ଓଡ଼ିଶା ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗ ର ସ୍ଵତନ୍ତ୍ର ସଚିବ ଗଙ୍ଗାଧର ନାୟକ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତ ସମୟ ରେ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକୁ ସମୀକ୍ଷା କରିଛନ୍ତି । ଏଥି ସହିତ କ୍ଷେତ୍ରସ୍ତର ରେ ବିଭାଗୀୟ କାର୍ଯ୍ୟକର୍ତ୍ତା, ପ୍ରାଣୀ ପାଳକ, ଉଦ୍ୟୋଗୀ ଓ ମତ୍ସ୍ୟ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ତାଙ୍କ ସହିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବୀରକିଶୋର ପରିଡ଼ା, ମତ୍ସ୍ୟ ଅଧିକାରୀ ଦୀପ୍ତି କୁମାର ମହାପାତ୍ର ଏ. ଡି. ଭି. ଓ. ଡାକ୍ତର ବିଭୁ ରଞ୍ଜନ ଦାସ, ଡାକ୍ତର ଯଦୁନାଥ ପରିଡ଼ାଙ୍କ ସମେତ ସ୍ଥାନୀୟ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ମାନେ ଯୋଗଦାନ କରିଥିଲେ। ପ୍ରଥମ ଦିନରେ ବିରିଡ଼ି ବ୍ଲକ୍ ର ସାମଲ ସାହିରେ 33 ଜଣ କୁ 50 ଟି ଲେଖା କୁକୁଡ଼ା ପାଳନ କରିଥିବା ଚାଷୀ, ବାଲିଆ ସ୍ଥିତ ୧୬ ଟି ଉନ୍ନତ ଗାଈ ପାଳିଥିବା ଜଗନ୍ନାଥ ଦାସ ଙ୍କ ର ଗୋପାଳନ କେନ୍ଦ୍ର ପରିଦର୍ଶନ କରି ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ। ଏହା ପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସl ଅଧିକାରୀଙ୍କ ପ୍ରକୋଷ୍ଟ ରେ ବିଭିନ୍ନ ବ୍ଳକ୍ ରୁ ଆସିଥିବା, ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସହିତ ବିଭିନ୍ନ ଯୋଜନା ର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଦେଉଳିଗ୍ରାମେଶ୍ୱର ଓ ବଡ଼ ରାହାଙ୍ଗ ର ମୋ ପୋଖରୀ ଯୋଜନା ରେ ମାଛଚାଷ ପରିଦର୍ଶନ କରିଥିଲେ । ଏହି ସମୟ ମଧ୍ୟରେ ଶ୍ରୀଯୁକ୍ତ ନାୟକ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ବିଭାଗରେ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଦ୍ୱିତୀୟ ଦିନରେ ତିର୍ତ୍ତୋଲ ବ୍ଳକ୍ ର ପୁବପଡା ଠାରେ ରୋଜାଲିନ ମହାନ୍ତି ଙ୍କ ଏମ. କେ. ୟୁ. ୱାଇ. ଯୋଜନାରେ ୧ହଜାର ଦକ୍ଷତା ବିଶିଷ୍ଟ ଏକ ଉନ୍ନତ ଘୁଷୁରୀ ଫାର୍ମ, କୋଟକଣା ରେ ଶରତ ବିଶ୍ଵାଳ ଙ୍କ ମାଛଚାଷ ଆଦି ପରିଦର୍ଶନ କରିବା ପରେ ବାଲିକୁଦା ବ୍ଲକ ଡେଙ୍ଗାପୋଲ ଠାରେ ଏକ ବାଇଓପ୍ଲକ୍, ଏକ ବ୍ରଏଲର ଫାର୍ମ ଏବଂ ଗରାମ ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ସୁନିତା ବେହେରା ଙ୍କ ୨୦ ଟି ଉନ୍ନତ ଗାଈ ପାଳନ କେନ୍ଦ୍ର ସହିତ ସବୁଜ ଘାସ ଚାଷ ଦେଖି ଶ୍ରୀଯୁକ୍ତ ନାୟକ ଉଚ୍ଚପ୍ରସଂଶା କରିଥିଲେ । ଜଗତସିଂହପୁର ଜିଲ୍ଲାରେ ଏପରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଲାଭ କରିଥିବା ରୁ ଶ୍ରୀଯୁକ୍ତ ନାୟକ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା

Related posts

ବିଜ୍ଞାନ – ରାସ୍ତାର ଦୋଛକିରେ 

Sunil Chandra Nayak

ମା’ ରମା ଦେବୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ 

Sunil Chandra Nayak

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର 

masiha

Leave a Comment

error: Content is protected !!