ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁଧୀର କୁମାର ପଂଡା ଙ୍କ କବିତା // ସୁଖର୍‌ ମଂତର୍‌

    ସୁଖର୍‌ ମଂତର୍‌

ମୁଇଁ ଯଦି କିଛି ଦୁଃଖ୍‌ ଭୁଗିଦେଲେଁ
ଦୁସ୍‌ରା କିହେ ପାଏବେ ସୁଖ୍‌
ସେମାନେ ସଭେ ସୁଖ୍‌ ପାଇ ରହୁନ୍‌
ମୁଇଁ ଭୁଗ୍‌ମି ଅବ୍‌ଗା ଦୁଃଖ୍‌। ୧
ଇ କଥା ପଦ୍‌କ ହେଜି ପାରଲେଁ ସଭେ
ହେତେ ସବୁ ଲୁକେ ସମାନ୍‌
ହିଁସା ଅହଁକାର୍‌ ସଭେ ଭୁଲି ଯାଏତେ
ନାଇଁ ଭାବ୍‌ତେ ବଡ଼୍‌ ସାନ୍‌।୨
ଅହଁକାରେଁ ତୁଇ ହେସୁ ମୁଇଁମୁଇଁ
ଧନ୍‌ ଧଂଗ୍‌ରାପନ୍‌କେ ହେଜି
ଇମାନେ ଭି ଦୁଇଦିନିଆଁ କୁନୁଆଁ
ନି’ଚଲେ କାହାର୍‌ ମର୍‌ଜି।୩
ଧନ୍‌କେ ଦେଖି ତୋତେ କର୍‌ସନ୍‌ ଖାତିର୍‌
ନାଇଁତ ଠଟାବା କିଏ
ଯଦି କେଭେଁ ତୁଇ ଭୁର୍‌ଭୁଷ୍‌ ହେବୁ ବଏଲେଁ
ଆଉ ନି’ପଚ୍‌ରାନ୍‌ କିହେ।୪
ଧନ୍‌ ସଂପତ୍ତି ଛାଡ଼ି ଗଲେଁ ଉପର୍‌କେ 
ସମାଧି ଗଢ଼୍‌ବେ ଲୁକେ
ଗରିବର୍‌ ହାଡ଼୍‌ କେନ ହଜି ଯାଏସି
ଜନା ନି’ପଡ଼େ କାହାକେ। ୫
ତୋର୍‌ ମନ୍‌ପସଂଦ୍‌ ମାହାପୁରୁକେ ଭଜ୍‌
ନିଶ୍ଚେ ହେବା ତୋର୍‌ ମଂଗଲ୍‌
ରୁଗେଁ ବିମାରେଁ ଘାଁଟି ନି’ହେଇ ପୁତା
ବର୍‌କଷ୍‌ ରଖିଥା’ ଜାଂଗଲ୍‌। ୬

ସୁଧୀର କୁମାର ପଂଡା

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା l l ନୂଆ ସକାଳ l l

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା = ମହା କାଳ

ଅପର୍ତ୍ତି ସେଠୀ ଙ୍କ କବିତା l l ଆକାଶ କଇଁଆ ଚିଲିକା ମାଛ

Sunil Chandra Nayak

Leave a Comment

error: Content is protected !!