ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁଧୀର କୁମାର ପଂଡା ଙ୍କ କବିତା // ସୁଖର୍‌ ମଂତର୍‌

    ସୁଖର୍‌ ମଂତର୍‌

ମୁଇଁ ଯଦି କିଛି ଦୁଃଖ୍‌ ଭୁଗିଦେଲେଁ
ଦୁସ୍‌ରା କିହେ ପାଏବେ ସୁଖ୍‌
ସେମାନେ ସଭେ ସୁଖ୍‌ ପାଇ ରହୁନ୍‌
ମୁଇଁ ଭୁଗ୍‌ମି ଅବ୍‌ଗା ଦୁଃଖ୍‌। ୧
ଇ କଥା ପଦ୍‌କ ହେଜି ପାରଲେଁ ସଭେ
ହେତେ ସବୁ ଲୁକେ ସମାନ୍‌
ହିଁସା ଅହଁକାର୍‌ ସଭେ ଭୁଲି ଯାଏତେ
ନାଇଁ ଭାବ୍‌ତେ ବଡ଼୍‌ ସାନ୍‌।୨
ଅହଁକାରେଁ ତୁଇ ହେସୁ ମୁଇଁମୁଇଁ
ଧନ୍‌ ଧଂଗ୍‌ରାପନ୍‌କେ ହେଜି
ଇମାନେ ଭି ଦୁଇଦିନିଆଁ କୁନୁଆଁ
ନି’ଚଲେ କାହାର୍‌ ମର୍‌ଜି।୩
ଧନ୍‌କେ ଦେଖି ତୋତେ କର୍‌ସନ୍‌ ଖାତିର୍‌
ନାଇଁତ ଠଟାବା କିଏ
ଯଦି କେଭେଁ ତୁଇ ଭୁର୍‌ଭୁଷ୍‌ ହେବୁ ବଏଲେଁ
ଆଉ ନି’ପଚ୍‌ରାନ୍‌ କିହେ।୪
ଧନ୍‌ ସଂପତ୍ତି ଛାଡ଼ି ଗଲେଁ ଉପର୍‌କେ 
ସମାଧି ଗଢ଼୍‌ବେ ଲୁକେ
ଗରିବର୍‌ ହାଡ଼୍‌ କେନ ହଜି ଯାଏସି
ଜନା ନି’ପଡ଼େ କାହାକେ। ୫
ତୋର୍‌ ମନ୍‌ପସଂଦ୍‌ ମାହାପୁରୁକେ ଭଜ୍‌
ନିଶ୍ଚେ ହେବା ତୋର୍‌ ମଂଗଲ୍‌
ରୁଗେଁ ବିମାରେଁ ଘାଁଟି ନି’ହେଇ ପୁତା
ବର୍‌କଷ୍‌ ରଖିଥା’ ଜାଂଗଲ୍‌। ୬

ସୁଧୀର କୁମାର ପଂଡା

Related posts

ସ୍ୱାଗତିକା ସାହୁ ଙ୍କ କବିତା = କଳିଙ୍ଗ ଷଣ୍ଡ

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା // ତୁମେ ଆଉ ମୁଁ

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା // ସନେଟରେ ପ୍ରକୃତ ବନ୍ଧୁ

Sunil Chandra Nayak

Leave a Comment

error: Content is protected !!