ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା // ଶୀତ ଆସେ ଯେବେ

ଶୀତ ଆସେ ଯେବେ

ଚିତ୍ତ ରଞ୍ଜନ ଦେହୁରୀ 

ଶୀତ ର ଲହରୀ ଯାଏ ବହି ବହି 
ଦେହ ମନ ଶିତଳାଇ ।
ଶୀତ ଆସେ ଯେବେ ବେଳା ଭୂମି ଛୁଇଁ
ଜାବୁଡ଼ି ତାକୁ ଧରଇ ।।
ବାର ବୁଲି ଶୀତ କୁଆଡେ ବୁଲେ ଯେ
ଦେଖିଲେ ଛାଡେନା ମୋତେ ।
ବୁଝାଇ ବହୁତ କହିଲା ପରେ ବି 
ଭାରି ଭଲ ପାଏ ମୋତେ ।।
କହିଲି ତାହାକୁ ପ୍ରିୟା ଲୋ ମୋହର
ବଳାନା ମୋ ଠାରେ ମନ ।
ତୁ ଯାହା ମାଗିବୁ ଦେଇକି ପାରିବି
ଅଣ୍ଟା ରେ ମୋ ନାହିଁ ଧନ ।।
କମ୍ବଳ ରେଜେଇ ମାଗିବୁ ଗେହ୍ଲେଇ
କୁଆଡୁ ମୁଁ ଦେବି ଆଣି ।
ନଦେଲେ ତୋହର କାକର ପରିକା
ଆଖିରୁ ପଡ଼ିବ ପାଣି ।।
ମାଡ଼ ପରି ଜାଡ ଛାତିରେ ମୋହର
ଅଭିମାନ କରି ପିଟୁ ।
ସହି ଯାଏ ମୁହିଁ ନିଜର ଭାବିକି 
ପ୍ରେମିକ ତୋର ଯେହେତୁ ।।
ଆଉ କିଏ ତୋର ଅଝଟ ଅର୍ଦ୍ଦଳୀ
ସହିବାକୁ ଅଛି ସହୁ ।
ସହିବା ବାଲା ମୁଁ ଦେଖିଛି ବହୁତ 
ମୋ ଆଗେ ଆସି କେ କହୁ ।।
ଜାଣିଛି ତୋତେ ମୁଁ ମୋ ବାହୁ ବନ୍ଧନେ
ରହିବୁ ତୁ ବହୁ ଦିନ ।
ମୋତେ ଛାଡ଼ି ତୋର ଆଉକା ସାଥିରେ
ଲାଗିବନି ଏତେ ମନ ।।

ଅନୁଗୋଳ 

Related posts

ଅପର୍ତ୍ତି ସେଠୀ ଙ୍କ ରମ୍ୟ କବିତା// ବାଃ,ବାଃରେଏଇ ଦୁନିଆଁ

Sunil Chandra Nayak

କବିତା ଦାଶ ଙ୍କ କବିତା  l l l ଅଭିନନ୍ଦନ l l l

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା _ଶୀତ ସକାଳ _

Sunil Chandra Nayak

Leave a Comment

error: Content is protected !!