ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅବିନାଶ ମହାପାତ୍ର ଙ୍କ କବିତା //  ପ୍ରେମରେ ଯାଇଛି ପଡି       

      ପ୍ରେମରେ ଯାଇଛି ପଡି 

   

           ଅବିନାଶ ମହାପାତ୍ର 

     

     ଲେଖିଦିଅ ପ୍ରିୟା ମୋ ପାଇଁ ପଦୁଟେ
          ତୁମ ମନେ ଯାହା ଅଛି
     ବୁଝାଇ ଦେବି ମୁଁ ମନକୁ ମୋହର
          ଏଣୁ ତେଣୁ କହି କିଛି l (0)
      ଗାଇ ଦିଅ ପଦେ ତୁମ ସୃଜନୀରୁ
          ଲାଜ ଆଉ କର ନାହିଁ
      ଝରି ପଡ଼ୁ ସୁଧା ତୁମ ସଂଗୀତରୁ
          ଶ୍ରାବଣର ଧାରା ହୋଇ l(1)
     ପାରୁ ନାହିଁ ଭାଙ୍ଗି ନୀରବତା ମୋର
           ତୁମ ପଥ ଅନୁସରି
     ଅମାନିଆ ମନ ଅବୁଝା ହେଉଛି 
          ତୁମ ପାଇଁ ହୁଏ ଝୁରି l(2)
     ପ୍ରୀତିର ପରଶ ଆଜି ମନେ ପଡେ
          ଅସ୍ଥିର କରୁଛି ମୋତେ
     ପାଇବାକୁ ଇଚ୍ଛା ମନରେ ଭରିଛି
          ତୁମେ ଜାଣିନାହଁ କେତେ l(3)
    ଦେଖୁଛି ତୁମକୁ ଆଉ ନାହଁ ତୁମେ
          ଆଗ ଭଳି ଥିଲ ଯାହା
     କହୁଥିଲ କେତେ କଥା ଅସୁମାରୀ
          ପାଇଥିଲି ଟିକେ ରାହା l(4)
     ବଞ୍ଚିବାର ଆଶା ମିଳିଥିଲା ମୋତେ
          ଭାବିଥିଲି ମନେ କେତେ
     ତୁମ ଭରସାରେ ସହସ୍ର ଯୋଜନ
          ପାରି କରିବାକୁ ସତେ l(5)
     କେମିତି ଭୁଲିବି କହିବ ବୁଝାଇ
          ହାତ ଲେଖା ମୋର ପଢି
     ଅଳପ ଦିନର ଆପଣାର ହୋଇ
         ପ୍ରେମରେ ଯାଇଛି ପଡି l(6)
 

      ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ 

       

Related posts

ଲକ୍ଷ୍ମୀ ବଗର୍ତ୍ତୀ ଙ୍କ କବିତା = ସ୍ୱପ୍ନର ନାୟିକା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା = ପୋଡ଼ାଶୀ ଘର, ଗାଉଁଲି ଝିଅ

masiha

ନଳିନୀ ପ୍ରଭା ମିଶ୍ର ଙ୍କ କବିତା// ହେ ! ନୂଆଁ ବରଷ

Sunil Chandra Nayak

Leave a Comment

error: Content is protected !!