ସାହିତ୍ୟ ଅଗଣାଅବିନାଶ ମହାପାତ୍ର ଙ୍କ କବିତା // ପ୍ରେମରେ ଯାଇଛି ପଡି by Sunil Chandra NayakJanuary 11, 2023058 Share0 ପ୍ରେମରେ ଯାଇଛି ପଡି ଅବିନାଶ ମହାପାତ୍ର ଲେଖିଦିଅ ପ୍ରିୟା ମୋ ପାଇଁ ପଦୁଟେ ତୁମ ମନେ ଯାହା ଅଛି ବୁଝାଇ ଦେବି ମୁଁ ମନକୁ ମୋହର ଏଣୁ ତେଣୁ କହି କିଛି l (0) ଗାଇ ଦିଅ ପଦେ ତୁମ ସୃଜନୀରୁ ଲାଜ ଆଉ କର ନାହିଁ ଝରି ପଡ଼ୁ ସୁଧା ତୁମ ସଂଗୀତରୁ ଶ୍ରାବଣର ଧାରା ହୋଇ l(1) ପାରୁ ନାହିଁ ଭାଙ୍ଗି ନୀରବତା ମୋର ତୁମ ପଥ ଅନୁସରି ଅମାନିଆ ମନ ଅବୁଝା ହେଉଛି ତୁମ ପାଇଁ ହୁଏ ଝୁରି l(2) ପ୍ରୀତିର ପରଶ ଆଜି ମନେ ପଡେ ଅସ୍ଥିର କରୁଛି ମୋତେ ପାଇବାକୁ ଇଚ୍ଛା ମନରେ ଭରିଛି ତୁମେ ଜାଣିନାହଁ କେତେ l(3) ଦେଖୁଛି ତୁମକୁ ଆଉ ନାହଁ ତୁମେ ଆଗ ଭଳି ଥିଲ ଯାହା କହୁଥିଲ କେତେ କଥା ଅସୁମାରୀ ପାଇଥିଲି ଟିକେ ରାହା l(4) ବଞ୍ଚିବାର ଆଶା ମିଳିଥିଲା ମୋତେ ଭାବିଥିଲି ମନେ କେତେ ତୁମ ଭରସାରେ ସହସ୍ର ଯୋଜନ ପାରି କରିବାକୁ ସତେ l(5) କେମିତି ଭୁଲିବି କହିବ ବୁଝାଇ ହାତ ଲେଖା ମୋର ପଢି ଅଳପ ଦିନର ଆପଣାର ହୋଇ ପ୍ରେମରେ ଯାଇଛି ପଡି l(6) ବୟାଙ୍ଗଡ଼ିହି, ଧାମନଗର, ଭଦ୍ରକ