ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଟ ତରଫରୁ କନ୍ଧମାଳ ଜିଲ୍ଲା ମହାସିଙ୍ଗ ଓ ବଇଡା ଠାରେ ଅତ୍ୟାଧୁନିକ ଚିକିତ୍ସାଳୟ ଓ ଡେ ବର୍ଡିଂ ବିଦ୍ୟାଳୟ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

କନ୍ଧମାଳ ଜିଲ୍ଲା ମହାସିଙ୍ଗ ଓ ବଇଡା ଠାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ) ତରଫରୁ ୨୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସାଳୟ ଓ ଡେ ବର୍ଡିଂ ବିଦ୍ୟାଳୟ ର ଭୂମି ପୂଜନ କାର୍ଯ୍ୟକ୍ରମ ଆଜି ତା ୯/୧/୨୦୨୩ ରିଖ ସୋମବାର ଦିନ ଅପରାହ୍ନ ୧ ଘଣ୍ଟା ସମୟରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଂଜୁଗୁଡା ଗ୍ରାମ ପଞ୍ଚାୟତ ର ଵଇଡା ସ୍ଥିତ ୬ ଏକର ବିସ୍ତାର ପଡ଼ିଆ ଓ ମହାସିଙ୍ଗ ଠାରେ ଅଞ୍ଚଳର ଜନସାଧାରଣ ଙ୍କର ସ୍ୱାସ୍ଥ୍ୟ ସୁବିଧା ଓ ଛାତ୍ରଛାତ୍ରୀ ଙ୍କର ଉନ୍ନତ ମାନର ଶିକ୍ଷା ନିମନ୍ତେ କନ୍ଧମାଳ ଜିଲ୍ଲା ସାଂସଦ ତଥା କିଟ କିସ ପ୍ରତିଷ୍ଠାତା ଅଚ୍ୟୁତାନନ୍ଦ ସାମନ୍ତ ଙ୍କର କର କମଳରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,କନ୍ଧମାଳ ଜିଲ୍ଲା ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ଜିଲ୍ଲା ମହିଳା ମୋର୍ଚ୍ଚା ବିଜେଡି ସଭାନେତ୍ରୀ ପୁନମ କଁହର, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କଁହର, ସ୍ଥାନୀୟ ଗଂଜୁଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଆଲୋକ କଁହର ,ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲ, କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ,କନ୍ଧମାଳ ଜିଲ୍ଲା ବନବିଭାଗ ଅଧିକାରୀ ପ୍ରଶାନ୍ତ ପାଟିଲ,ଏବଂ ମହାସିଙ୍ଗ ଠାରେ ବାଲିଗୁଡା ବିଧାୟକ ଚକ୍ରମଣି କଁହର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ନଡ଼ିଆ ଭାଙ୍ଗି ଧୂପ ଦୀପ ଜାଳି ପୁଷ୍ପାଞ୍ଜଳି ଦେଇ ଭୁମି ପୂଜନ କରିଥିଲେ । ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ର ସାଂସଦ ହେବା ପରେ ୪ ବର୍ଷ ଧରି କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ର ବିକାଶ ନିମନ୍ତେ ଉନ୍ନୟନ ପ୍ରକଳ୍ପ ନିର୍ମାଣ ପ୍ରୟାସ ଜାରି କରିଥିବା ବେଳେ ଆଜକୁ ୩୦ ବର୍ଷ ହେବ କିଟ କିସ ରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅହରହ ସମାଜସେବା ଜାରି ରଖିଛନ୍ତି। କନ୍ଧମାଳ ର ସାଂସଦ ହେବା ପରେ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ,ପର୍ଯ୍ୟଟନ ଏବଂ ଅଞ୍ଚଳ ର ଲୋକଙ୍କ ନିମନ୍ତେ ରୋଜଗାର ରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ନିମନ୍ତେ ଚେଷ୍ଟା ଚଳାଇଛନ୍ତି।କିଟ ପକ୍ଷରୁ କନ୍ଧମାଳ ର ମହାସିଙ୍ଗ ଓ ବଇଡ଼ା ଠାରେ ଜନସାଧାରଣ ଙ୍କର ସ୍ୱାସ୍ଥ୍ୟ ସମସ୍ୟା ର ଉନ୍ନତି ପାଇଁ ଅତ୍ୟାଧୁନିକ ମେଡ଼ିକାଲ ଓ ଉନ୍ନତମାନ ର ଶିକ୍ଷା ନିମନ୍ତେ ଡେ ବର୍ଡିଂ ସ୍କୁଲ ନିର୍ମାଣ ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି ବୋଲି କହିବା ସହିତ ଏହି ମହତ କାର୍ଯ୍ୟ ର ସଫଳ ନିମନ୍ତେ ଜନସାଧାରଣ ଙ୍କର ସହଯୋଗ କାମନା କରିଥିଲେ। ଉକ୍ତ ଭୁମି ପୂଜନ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା କନ୍ଧମାଳ ଜିଲ୍ଲା ସଂଯୋଜକ ଭାଗିରଥି ସେଠୀ ଙ୍କର ନେତ୍ତୃତ୍ୱ ରେ ସମସ୍ତ ବ୍ଲକ ସଂଯୋଜକ ଯୋଗ ଦେଇ ଏହି କାର୍ଯ୍ୟ ସଫଳ ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ,ଜିଲ୍ଲାପାଳ ,ଏସ ପି. ଡି ଏଫ ଓ ,ପର୍ଯ୍ୟବେକ୍ଷକ ,ମହିଳା ସଭାନେତ୍ରୀ ଙ୍କୁ ହଜାର ହଜାର ପୁରୁଷ ମହିଳା ସ୍ୱାଗତ କରି ଆୟୋଜିତ ଭୂମି ପୂଜନ ଓ ସଭା ମଞ୍ଚ ସ୍ଥାନ ନିକଟକୁ ନାଚଗୀତ କରି ପାଛୋଟି ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ସାଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ଫୁଲବାଣୀ ପୌର ପରିଷଦ ସାଂସଦ ପ୍ରତିନିଧି ଜଳନ୍ଧର ବେହେରା,ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ସୁନୀଲ ସେଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁଚରଣ ମଲ୍ଲିକ,ନଗର ଯୁବ ଯୁବ ସଭାପତି ପାର୍ଥ ସାରଥୀ ବିଶ୍ୱାଳ, ଏବଂ ସମସ୍ତ ବିଜେଡ଼ି କର୍ମୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଜାମଦା ସରସ୍ବତୀ ଶିଶୁ ମନ୍ଦିରରେ ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନ୍ ଙ୍କ ପବିତ୍ର ଜୟନ୍ତୀ ତଥା ଗୁରୁ ଦିବସ ପାଳିତ

masiha

ସ୍ଵଗର୍ତ ମଧୁସ୍ମିତା ମଲ୍ଲିକଙ୍କ  ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ବିଦ୍ୟୁତ ସଂସ୍ପଶରେ ଆସି ଯୁବକ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!