ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନିପାଟଣାରେ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

 ଭବାନିପାଟଣା : ତା ୧୦.୦୧.୨୦୨୩ – ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ଆସନ୍ତା ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ୍, ଉପଜିଲ୍ଲାପାଳ ଡ଼ଃ. ବିଶ୍ୱଜିତ୍ ଦାସ୍, ସି.ଡ଼ି.ଏମ୍.ଓ. ଡ଼ଃ. ରଞ୍ଜନ ମିତ୍ର ଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗର ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତଥା ଗଣମାଧ୍ୟମ ପ୍ରତନିଧି ଉପସ୍ଥିତ ଥିଲେ । ଡି.ଆଇ.ପି.ଆର୍.ଓ ଶ୍ରୀ ମନୋଜ କୁମାର ବେହେରା ଦିବସ ପାଳନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ।

 ସାଧାରଣତନ୍ତ୍ର ଦିବସରେ ଦିନ ସକାଳ ୫.୦୦ ଘ: ସମୟରେ ରାମଧୂନ୍, ସକାଳ ୭.୦୦ ଘ: ସମୟରେ ପ୍ରଭାତ ଫେରି ସହ ସହର ସ୍ଥିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ୭.୩୦ ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ସକାଳ ୦୮. ୩୦ ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ସହ ଉଦବୋଧନ କାର୍ଯ୍ୟକ୍ରମ ରହିଛି । ବ୍ୟାରିକେଡିଂ, ରାସ୍ତା ଓ ନାଳନର୍ଦ୍ଦମା ସଫା ସୁତୁରା, ଟ୍ରାଫିକ ନିୟନ୍ତ୍ରଣ , ସାମୁହିକ ପ୍ୟାରେଡ୍, ଅଭିବାଦନ ମଞ୍ଚକୁ ସୁସଜ୍ଜିତ, ମାସ ଡ୍ରିଲ, ଶାରୀରିକ କ୍ରୀଡା କୌଶଳ, ଫଳ ଓ ମିଷ୍ଟାନ୍ନ ବଣ୍ଟନ, ବିଭିନ୍ନ ପ୍ରତିଯୋଗିତା, ସୁନ୍ଦର ଶିଶୁ ସ୍ୱାସ୍ଥ୍ୟ ଓ ଝୋଟି ପ୍ରତିଯୋଗିତା, ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ , ପିଇବା ପାଣି, ଆମ୍ବୁଲାନ୍ସ, କୋଠା ବାଡି ଆଲୋକ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସୂଚାରୁରୂପେ ନିର୍ବାହ କରିବା ପାଇଁ ସଂପୃକ୍ତ ଆର୍ ଏଣ୍ଡ ବି, ପୌର ପରିଷଦ, ସ୍ବାସ୍ଥ୍ୟ ପୋଲିସ୍, ଉଦ୍ୟାନ ବିଭାଗ, କ୍ରୀଡା ବିଭାଗ, ପି.ଏଚ୍. ଡି. ,ଯୋଗାଣ ବିଭାଗ, ଶିକ୍ଷା ବିଭାଗ, ସମାଜ କଲ୍ୟାଣ , ସଂସ୍କୃତି ବିଭାଗ ଅଧିକାରୀ ଏବଂ ଦାତା ଅନୁଷ୍ଠାନଙ୍କୁ ଦାୟିତ୍ଵ ଦିଆଗଲା । କୋଭିଡ୍ ମହାମାରୀ କଟକଣା ଯୋଗୁଁ ୨ ବର୍ଷ କୌଣସି ପ୍ୟାରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିନଥିଲା, ଏଥର ଏହି ସବୁ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିବା ଯୋଗୁଁ ଉପସ୍ଥିତ ସମସ୍ତ ସଭ୍ୟ ଆନନ୍ଦ ପ୍ରକାଶ କରିଥିଲେ । ଚଳିତ ବର୍ଷ ବିଭିନ୍ନ ସ୍କୁଲ୍ କଲେଜ୍ ରୁ ୪୨ ଟି ପ୍ଲାଟୁନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ୟାରେଡ୍ ଅଭ୍ୟାସ ପାଇଁ ପ୍ରତ୍ୟେକ ପ୍ଲାଟୁନ୍ ୨୨/୦୧,ଏବଂ ୨୩/୦୧ ଅପରାହ୍ନ ଘ: ୦୨.୩୦ ମି ଏବଂ ୨୪/୦୧/୨୦୨୩ ସକାଳ ୦୮.୦୦ ଘ: ସମୟରେ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଉପସ୍ଥିତ ରହି ପ୍ୟାରେଡ ଅଭ୍ୟାସ କରିବେ । ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ଅନୁଷ୍ଠାନ ନିଜ ନିଜର ଦାୟିତ୍ଵ ଠିକ୍ ରୂପେ ତୁଲାଇବାକୁ କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଡି.ଆଇ.ପି.ଆର୍.ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ସିଲେଟପଡା ଠାରୁ କୁସୁର୍ଲା ରାସ୍ତା ଅତ୍ୟନ୍ତ ଶୋଚନୀୟ

Sunil Chandra Nayak

ଦମନ ଶ୍ରୀ ଜଗନ୍ନାଥ ସେବା ସମିତି ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ; ୨୧ ୟୁନିଟ୍ ରକ୍ତ ସଂଗ୍ରହ 

Sunil Chandra Nayak

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

masiha

Leave a Comment

error: Content is protected !!