ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦ୍‌ଯାପିତ

ମନ ମୋହିଲା ଘୁମୁରା,ବଜାସାଲ,ବନାବାଡି, ପୋଢମରା ଓ ଢାପ ନୃତ୍ୟ

ଗୋଲାମୁଣ୍ଡା,ତା.୧୧ା୦୧(ସମିସ): କଳାହାଣ୍ଡିର କଳା,ସଂସ୍କୃତି ଓ ପରମ୍ପରା ବାର୍ତ୍ତାବହ ଗୋଲାମୁଣ୍ଡା ବ୍ଲକ କଳାହାଣ୍ଡି ଉତ୍ସବ ୨୦୨୩ ଗତକାଲି ରାତ୍ର ସମୟରେ ଉଦ୍‌ଯାପିତ ହୋଇଯାଇଛି । ଏଥିପୂର୍ବରୁ ସକାଳ ସମୟରେ ସ୍ଥାନୀୟ ଠାକୁରାଣୀ ମନ୍ଦିର ପରିସରରୁ ପୂଜାର୍ଚ୍ଚନା ପରେ ମଶାଲ ଦ୍ବାରା ଶୋଭାଯାତ୍ରା ବାହାରି ସ୍ଥାନୀୟ ଶିବାଜୀ ଷ୍ଟାଡିୟମ ପରିସରରେ ହୋଇଥିବା ଚୁଡା ପାହାଡ ମଞ୍ଚରେ ପହଞ୍ଚିଥିଲା । ମଶାଲ ପହଞ୍ଚିବା ପରେ ମଞ୍ଚ ପୁଜା ସହିତ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଚୁଡା ପାହାଡ ମଞ୍ଚ ଉଦ୍‌ଘାଟିତ ହୋଇଥିଲା । ମଶାଲ ଶୋଭାଯାତ୍ରାରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ବିଡିଓ ଶ୍ରୀଧର ପଣ୍ଡା, ସରପଞ୍ଚ ସଂଘ ସଭାପତି ପୁରୁଷୋତ୍ତମ ରାଉତଙ୍କ ସମେତ ଅନେକ ଲୋକେ ସାମିଲ ହୋଇଥିଲେ । ମଶାଲ ଶୋଭାଯାତ୍ରା ସମୟରେ କଳାହାଣ୍ଡିର ବିରବାଦ୍ୟ ଘୁମୁରା,ବଜାସାଲ ଦଳ ମଧ୍ୟ ସାମିଲ ହୋଇଥିଲା । ସଂନ୍ଧ୍ୟା ସମୟରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରଦୀପ ମିଶ୍ର,ସମ୍ମାମିତ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର,ବିଡିଓ ଶ୍ରୀଧର ପଣ୍ଡା,ତହସିଲଦାର ଅଶୋକ ପଟ୍ଟନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର,ବିଇଓ ନବ କିଶୋର ସାହୁ,ସାମଜସେବୀ ପ୍ରବୀଣ ସିପକା,ସରପଞ୍ଚ ସଂଘ ସଭାପତି ପୁରୁଷୋତ୍ତମ ରାଉତ,ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ରାଉତ,ସରିତା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଜୟସେନ ସାହୁ ପ୍ରମୁଖ ମଞ୍ଚାଶୀନ ଥିବା ବେଲେ ନବ କୁମାର ସାହୁ ଓ ଅରବିନ୍ଦ ମୁଣ୍ଡ ସଭା ପରିଚାଳନା କରିଥିଲେ । ଅତିଥିମାନେ କଳାହାଣ୍ଡିର ଐତିହ,ପରମ୍ପରା ଉପରେ ଅଲୋକପାତ କରିବା ସହିତ କଳାହାଣ୍ଡି ଉତ୍ସବ ଜରିଆରେ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ମାନେ ଆଗକୁ ଆସି ପାରୁଛନ୍ତି ବୋଲି ମତ ରଖି ଥିଲେ । ଉକ୍ତ ଅବସରରେ ଧର୍ମଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକରର ୩୦ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅପରକ୍ଷରେ ବିଭିନ୍ନ ବିଭାଗରେ କର୍ତ୍ତବ୍ୟନିଷ୍ଠା ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ,ବ୍ଲକର ଚାଷୀ ଓ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଭାକାର୍ଯ୍ୟ ପରେ ଚୁଡା ପାହାଡ ମଞ୍ଚରେ ଲୋକଙ୍କ ମନ ମୋହିଥିଲା ବ୍ଲକର ଛାତ୍ରଛାତ୍ରୀମାନଙ୍କ ଲୋକନୃତ୍ୟ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଘୁମୁରା,ବଜାସାଲ,ବନାବାଡି,ପୋଢମରା ଓ ଢାପ ନୃତ୍ୟ । ଲୋକନୃତ୍ୟ ପରେ ମଞ୍ଚରେ ଓଡିଶାର ସୁପ୍ରସିଦ୍ଧ କଣ୍ଟ ଶିଳ୍ପି ଅସିମା ପଣ୍ଡା ଗୃପର କାର୍ଯ୍ୟକ୍ରମକୁ ଲୋକେ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ନୂତନ ବିଡ଼ିଓ ଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକ 

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ବିଡ଼ିଓ ତ୍ରିପୁରା ମହାନନ୍ଦଙ୍କ ଗ୍ରସ୍ତ 

Sunil Chandra Nayak

ଏଚଡିଏଫସି ବ୍ୟାଙ୍କ ଜୁନାଗଡ଼ ଶାଖା ଉଦଘାଟିତ

masiha

Leave a Comment

error: Content is protected !!