ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିପୁଳ ପରିମାଣ ର ନକଲି ବିଦେଶୀ ମଦ ଓ ଗୋଟିଏ ବାଇକ ଜବତ ସହ ଦୁଇ ଗିରଫ 

କାମାକ୍ଷାନଗର (ମ ନି ସ)11/1/23// ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅବକାରୀ ବିଭାଗ ବିଶେଷ ସୁ୍ତ୍ରରୁ ଖବର ପାଇ ଚଢ଼ାଉ କରିଥିଲା |ଚଢଉ ରେ ବିପୁଳ ପରିମାଣ ର ବିଦେଶୀ ମଦ ଜବଦ ଓ ଗୋଟିଏ ବାଇକ ସହ ଦୁଇ ଜଣକୁ ଗିରଫ କରିଛି ପରଜଙ୍ଗ ଅବକାରୀ ବିଭାଗ |ସୂଚନା ମୁତାବକ ଆଜି ଅପରାହ୍ନ ରେ ପରଜଙ୍ଗ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବରପାଇ ସରାଙ୍ଗ ଛକ ନିକଟରେ ଏକ ବାଇକ ରେ ଦୁଇ ଜଣ ବ୍ୟକ୍ତି ମଦ ନେଇ ଯାଉଥିବା ର ଖବର ପାଇ ଥିବା ବେଳେ , ଅଚାନକ ଚଢ଼ାଉ କରିଥିଲା |ଫଳରେ ସେମାନଙ୍କ ଠାରୁ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ କରିଥିବା ବେଳେ, ଗୋଟିଏ ବାଇକ ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲଣ କରିଛି ପରଜଙ୍ଗ ଅବକାରୀ ବିଭାଗ |ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣେ ହେଉଛନ୍ତି ତାଳଚେର କଙ୍କିଳି ଗ୍ରାମର ସୁବ୍ରତ ନାୟକ ଓ ଅନ୍ୟ ଜଣକ ହେଉଛନ୍ତି ତାଳଚେର ବାଇପାସ ର ଦିପୁନ ନାୟକ |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନିଖୋଜ ଯୁବକଙ୍କ ମୃତଦେହ ରାୟପୁରରୁ ଉଦ୍ଧାର : ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ରାସ୍ତା ଅବରୋଧ

masiha

ବିଶୋଇ ପୋଲିସ ଯନ୍ତାରେ ୭ ଜୁଆଡି

masiha

ଦିନ ଦ୍ଵିପ୍ରହରରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ 

masiha

Leave a Comment

error: Content is protected !!