ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଟା ଭାଟିରେ ବନ୍ଧା ପଡିଛନ୍ତି ୫ ଦାଦନ ଶ୍ରମିକ ଉଦ୍ଧାର ପାଇଁ ପରିବାରର ଆକୁଳ ନିବେଦନ

ଉପଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ 

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦାସୀ ଗାଁ ଗ୍ରାମ ପଞ୍ଚାୟତର ବାନ୍ଧନପଲା ଗ୍ରାମର ରାଧାକାନ୍ତ ବାଗ ୨୩ ,ରଞ୍ଜନ ମାଝି ୩୮ ,ଦିବର ପରାଭୋଇ ୩୨ ,ହେମନ୍ତ ମାଝି ୪୩ ଏବଂ ଯୁବ ରାଜ ମାଝି ୧୯ ଏହି ୫ ଜଣ ଶ୍ରମିକ ନିଜର ପରିବାର ପ୍ରତିପୋଷଣ ପାଇଁ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଗୋଟିଏ ଇଟା ଭାଟିରେ ଶ୍ରମିକ ଭାବରେ କାମ କରୁଥିଲେ । ପରିବାରଙ୍କ କହିବା ଅନୁଯାୟୀ ଚାନ୍ଦାହାଣ୍ଡି ବ୍ଲକର ବେହେରା ମୁଣ୍ଡା ଗ୍ରାମର ଆଲୋକ ଖାନ ଏହି ଶ୍ରମିକ ମାନଙ୍କୁ ଅଧିକା ଅର୍ଥ ରୋଜଗାର କରିବା ପାଇଁ ମିଥ୍ୟା ପ୍ରତିଶୃତି ଦେଇ ଏବଂ ପ୍ରଲୋଭନ ଦେଖାଇ ଏହି ଶ୍ରମିକ ମାନଙ୍କୁ ତେଲେଙ୍ଗାନା ରାଜ୍ୟର ପେଦାପାଳି ଜିଲ୍ଲାର ଶାନ୍ତି ନଗର ଇଟା ଭାଟି ମାଲିକ ସିଦ୍ଧ।ଇ ନାଲୁରି ପାଖରେ କାମ କରିବାକୁ ନେଇଥିଲେ । ସେଠ।ରେ ଏହି ୫ ଜଣ ଶ୍ରମିକ ରହି ଇଟା ଭାଟିରେ କାମ କଲେ । ଦୀର୍ଘଦିନ କାମ କଲା ପରେ ଶ୍ରମିକ ମାନଙ୍କୁ କୌଣସି ପାଉଣା ଦେଲେ ନାହିଁ । ଏପରିକି ଖାଇବାକୁ ମଧ୍ୟ ଦେଲେ ନାହିଁ । ପରିବାର ସହିତ ଯୋଗାଯୋଗ ନକରିବା ପାଇଁ ଶ୍ରମିକ ମାନଙ୍କ ପାଖରୁ ମୋବାଇଲ ଛଡାଇ ନେଲେ ।  ଇଟା ଭାଟିରେ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରୁଥିଲେ ଏପରିକି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଶ୍ରମିକ ମାନଙ୍କୁ ନିଜ ଅଧୀନରେ ବାନ୍ଧି ରଖୁଥିଲେ । କୁଆଡେ ଛାଡି ବାକୁ ଦେଇ ନଥିଲେ । ପରିବାର ସହିତ ଯୋଗାଯୋଗ ନ ହେବାରୁ ପରିବାର ମଧ୍ୟରେ ସନ୍ଦେହ ସୃଷ୍ଟି ହେଲା ।ଏପରିକି ଘରକୁ ପାରିଶ୍ରମିକ ଆସିଲା ନାହିଁ । ଯାହା ଫଳରେ ପରିବାର ପକ୍ଷରୁ ଅସନ୍ତୋଷ ଦେଖା ଦେଲା । ଦାଦନ ଖଟିବାକୁ ଯାଇ କଷ୍ଟ ଭୋଗୁଥିବା ଶ୍ରମିକ ମାନଙ୍କୁ କିପରି ଭାବରେ ଉଦ୍ଧାର କରାଯିବ ସେ ନେଇ ପରିବାର ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରିଆ ଏବଂ ବରିଷ୍ଠ ସମାଜସେବୀ ତଥା ମିଡିଆ ରିପୋଟର ସେନାପତି ନ।ଏକ ଙ୍କ ସହ ଯୋଗାଯୋଗ କରି ଥିଲେ । ଆଜି ତାଙ୍କ ସହାୟତାରେ ୫ ଜଣ ଦାଦନ ଶ୍ରମିକଙ୍କ ପରିବାର ଲୋକେ ଧର୍ମଗଡ଼ ଉପ ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ଶ୍ରମିକ ମାନଙ୍କ ଉଦ୍ଧାର ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଏଭଳି ଅନେକ ଦାଦନ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନା ର ଶିକାର ହେଉଥିବା ଶୁଣି ବାକୁ ମିଳୁଛି । ଏପଟେ ପରିବାର ଲୋକେ ଚିନ୍ତାରେ ରହୁଛନ୍ତି ।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ବେସାହାରା ବୃଦ୍ଧା ଙ୍କୁ ଆଶ୍ରୟ ଦେଲେ ଦାସୀଗାଁ ରାଜସ୍ବ ନିରୀକ୍ଷକ

Sunil Chandra Nayak

କାମୃଗୁରୁ’ଙ୍କ ସ୍ମୃତୀ ଦିବସ ଅବସର ରେ ମାନସିକ ସ୍ବାସ୍ଥ୍ୟ ଶିକ୍ଷା ନେଇ ବୈଠକ ଅନୁଷ୍ଠିତ

Sunil Chandra Nayak

ଆଇନ ମନ୍ତ୍ରୀ ଙ୍କୁ ସରକାରୀ ଓକିଲ ଙ୍କ ସୌଜନ୍ୟ ମୂଳକ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!