ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଂକ୍ରିଟ ରାସ୍ତାର ମହାଦୁର୍ନୀତି , ୪ ମାସ ଭିତରେ କଂକ୍ରିଟ ରାସ୍ତା ଖଣ୍ଡ ଖଣ୍ଡ 

ଢେ଼ଙ୍କାନାଳ (ମ ସୀ ହା) ୧୨/୦୧_ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମପଂଚାୟତ ର କଂକ୍ରିଟ ରାସ୍ତା ଭାଙ୍ଗି ଖଣ୍ଡ ଖଣ୍ଡ ଦେଖିବାକୁ ମିଳିଛି I ବାରମ୍ବାର ହିନ୍ଦୋଳ ବ୍ଲକର ପଂଚାୟତରେ ସରକାରଙ୍କ ଅନୁଦାନରୁ ହେଉଥିବା କଂକ୍ରିଟ ରାସ୍ତା ଦୁର୍ନୀତି ଦେଖିବାକୁ ମିଳୁଛି Iସୂଚନା ଅନୁଯାୟୀ ରାସୋଳ ଗ୍ରାମପଂଚାୟତର ମୁଣ୍ଡିଆପଶି RD ରାସ୍ତା ଠାରୁ ଖଇରା ସାହି କଂକ୍ରିଟ ରାସ୍ତାଟି ହିନ୍ଦୋଳ ବିଧାୟିକାଙ୍କ ପାଣ୍ଠିରୁ ଲୋକ ମାନଙ୍କର ବହୁ ଅନୁରୋଧ ପରେ ଅନୁମୋଦିତ ହୋଇ ଦୁଇ ଲକ୍ଷ ପଚାଶ ହଜାର ମଂଜୁର ହୋଇଥିଲା I ଏହି କାର୍ଯ୍ୟାଦେଶ ଟି ମିଳିଥିବା ଠିକାଦାର ସେହି ଗ୍ରାମର ସୁବ୍ରତ ମହାପାତ୍ର ନିମ୍ନ ମାନର କାମ କରି କନିଷ୍ଠ ଯନ୍ତ୍ରୀଙ୍କ ସହ ମିଶି ଟଙ୍କା ହଡ଼ପ କରିଥିବା ଶୁଣିବାକୁ ମିଳୁଛି I ଲୋକଙ୍କ କହିବା ଅନୁଯାୟୀ ଅତି ନିମ୍ନ ମାନର ରାସ୍ତା ହୋଇଥିବାରୁ ଏହା ୪ ମାସ ମଧ୍ୟରେ ଭାଙ୍ଗି ଯାଇଛି I ସୂଚନା ଥାଉକି ଏହି ରାସ୍ତା ତିଆରି ସମୟରେ କନିଷ୍ଠ ଯନ୍ତ୍ରୀ କାମ ତଦାରଖ ପାଇଁ ଆସିନଥିଲେ I ଏହି କାମର ସମ୍ପୂର୍ଣ ବିବରଣୀ ସୂଚନା ଆଇନ ବଳରେ ମଗାଯାଇଥିଲେ ମଧ୍ୟ ହିନ୍ଦୋଳ ବ୍ଲକର ଜନ ସୂଚନା ଅଧିକାରୀ ଏହାର ତଥ୍ୟ ଲୁଚାଇଥିଲେ I ଏଠି ବିଧାୟିକାଙ୍କ ପାଣ୍ଠିର ଦୁରୁପଯୋଗ ହୋଇଥିବା ଲୋକ ଅଭିଯୋଗ କରୁଥିବା ଦେଖିବାକୁ ମିଳୁଛି I

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମାଁ ମାଣିକେଶ୍ବରୀ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଥୁଆମୂଳ ରାମପୁର ବ୍ଳକର ବୈଠକ ଅନୁଷ୍ଠିତ

Sunil Chandra Nayak

ଅଯୋଧ୍ୟା ରେ ରାମଲାଲା ଙ୍କ ଦର୍ଶନ ପାଇଁ ହଜାରେ କିମି ପଦଯାତ୍ରା

masiha

ଆଇଆଇସିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଲା ସ୍ବଚ୍ଛାସେବୀ ଅନୁଷ୍ଠାନ

masiha

Leave a Comment

error: Content is protected !!