ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଜାନନ ଙ୍କ କ୍ୟାନ୍ସର ଚିକିତ୍ସାରେ ଅର୍ଥ ସାଜିଛି ବାଧକ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଖଳିଆ ପାଲି ଗ୍ରାମର ବିଶ୍ୱନାଥ ବନ୍ଧିଛୋଡ ଙ୍କ ପୁଅ ଗଜାନନ ବନ୍ଧିଛୋଡ ୯ ବର୍ଷର ବାଳକ ଏବେ କ୍ୟାନ୍ସର ରେ ପୀଡିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ।।ଗତ ଚାରି ମାସ ତଳେ ଗଜାନନ ଙ୍କ ଗଳାରେ ଅସ୍ୱାଭାବିକ ଭାବେ ମାଂସ ପିଣ୍ଡୁଳା ବଢୁ ଥିବା ଜଣା ପଡିଥିଲା ।।ଏନେଇ ପରିବାର ଲୋକେ ସ୍ଥାନୀୟ ଡାକ୍ତରଖାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ସେଠ।ରେ ଅବସ୍ଥା ଗୁରୁତର ହେତୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ କରିବା ପାଇଁ ପରାମର୍ଶ ଦେଇଥିଲେ ।।ଗତ ୨ ମାସ ତଳେ ପରିବାର ଲୋକେ ଗଜାନନ ଙ୍କୁ ନେଇ କଟକ ବଡ଼ ଡ଼ାକ୍ତରଖାନାରେ ପହଞ୍ଚି ଥିଲେ । କିନ୍ତୁ ସେଠି ରହିବା ଏବଂ ଖାଇବା ପାଇଁ ଅର୍ଥ ନ ହେବାରୁ ଗଜାନନ କୁ ଧରି ପରିବାର ଲୋକେ ଗାଁ କୁ ଫେରିଥିଲେ ।ଏବେ ଗଜାନନ ର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ବାପା ଓ ମା ଗୁଜୁରାଣ ମେଣ୍ଟାଇବା ସହ ପୁଅ ଗଜାନନ ର ଚିକିତ୍ସା ପାଇଁ ଅର୍ଥ ରୋଜଗାର କରିବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ।ଏଣେ ଘରେ ଗଜାନନ ର ବୁଢା ଜେଜେବାପା ଓ ମା ଅଛନ୍ତି । ଏଭଳି ପରିସ୍ଥିତିରେ ବାପା ଓ ମା ପିଲାକୁ ଚିକିତ୍ସା ପାଇଁ ନେବାକୁ ଆସି ପାରୁ ନାହାନ୍ତି ।କାରଣ ସେଠାରେ ସେମାନେ ବନ୍ଧା ପଡି ଛନ୍ତି । ଚୁକ୍ତି ମୁତାବକ ନିର୍ଦ୍ଧାରିତ ସମୟ ପୂର୍ବରୁ ଦାଦନ ସର୍ଦ୍ଧାର ଆସିବାକୁ ଛାଡୁ ନ ଥିବା ଗଜାନନ ର ଜେଜେ ବାପା ବୈଲୋଚନ ବନ୍ଧିଛୋଡ ପ୍ରକାଶ କରିଛନ୍ତି ।ପରିସ୍ଥିତି ଜଟିଳ ହେବାରୁ ବୈଲୋଚନ ପଳାସ ସରପଞ୍ଚ ପ୍ରଭାକର ସେଠି ଙ୍କୁ ଯୋଗ। ଯୋଗ କରି ସହଯୋଗ କରିବା ପାଇଁ ନିବେଦନ କରିଥିଲେ ।ଗଜାନନ ର ଚିକିତ୍ସା କିପରି ଭାବରେ କରାଯିବ ସେ ନେଇ ସରପଞ୍ଚ ଗତ ମଙ୍ଗଳବାର ଦିନ ଜିଲ୍ଲାପାଳ ଓ ସି ଡି ଏମ୍ ଓ  ଙ୍କୁ ଅବଗତ କରାଇଥିଲେ । ଫଳରେ ଜିଲ୍ଲା ପ୍ରଶାସନଙ୍କ ଉଦ୍ୟମ କ୍ରମେ ରେଡ଼ କ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମଞ୍ଜୁରୀ କରାଯାଇଥିବା ଜଣାପଡିଛି ।ଗଜାନନ ଙ୍କୁ କଟକ ଆଚ।ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ନେବାକୁ ପରିବାର ଲୋକେ ସ୍ଥିର କରିଛନ୍ତି । ଗଜାନନ କ୍ୟାନ୍ସରକୁ ଜିତି ଭଲ ପାଠ ପଢି ବାର ଆଶା ରଖି ଥିବା ବେଳେ ଏଥି ପ୍ରତି ରାଜ୍ୟ ସରକାର ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଦୀର୍ଘ ଦଶନ୍ଧି ଦଶନ୍ଧି ପରେ ରଙ୍ଗପାଣି ଗାଁ କୁ ରାସ୍ତା ନିର୍ମାଣ

Sunil Chandra Nayak

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ 

masiha

ଭବ୍ଯ କଳସ ଯାତ୍ରା ସହ ସିନାପାଲିରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!