ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନା (ଏନ୍ ଏସ୍ ଏସ୍) ର ଶୀତକାଳୀନ ଶିବିର ଉଦଯାପିତ 

ଧର୍ମଗଡ:୧୨/୧/୨୩: ଜାତୀୟ ସେବା ଯୋଜନା (ଏନ୍ ଏସ୍ ଏସ୍) ର ଶୀତକାଳୀନ ଶିବିର ବଗାଡ଼ ଗ୍ରାମଠାରେ ଉଦଯାପିତ ହୋଇଯାଇଛି । ଏହି ଶିବିରକୁ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜଗନ୍ନାଥ ରାଓ ଉଦଘାଟନ କରିଥିଲେ । ଉଦଘାଟନୀ ସଭାରେ ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା, ଭାର୍ଗବ କୁମାର ସାହୁ, ଲିଙ୍ଗରାଜ ପାତ୍ର, ଅଧ୍ୟାପିକା ଅଲକା ବେହେରା, ରୋଜାଲିନୀ ମୁଣ୍ଡ ଉପସ୍ଥିତ ରହି ସମାଜର ସେବା ଦ୍ୱାରା ବ୍ୟକ୍ତିତ୍ୱର ବିକାଶ ହୋଇପାରିବ ବୋଲି ମତ ରଖିଥିଲେ । ଜାନୁଆରୀ ୫ ରୁ ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ସାତଦିନ ଚାଲିଥିବା ଏହି ଶିବରରେ ୫୦ ଜଣ ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଗ୍ରାମ ସଫେଇ, ମହାବିଦ୍ୟାଳୟ ପରିସର ସଫେଇ, ମାଦକ ଦ୍ରବ୍ୟ ବର୍ଜନ, ସ୍ୱାସ୍ଥ୍ୟ ସର୍ଭେ ଓ ବିଭିନ୍ନ ବିଷୟରେ ସଚେତନ କାର୍ଯ୍ୟ କରିଥିଲେ । ଏହି ଶିବିରର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ବଗାଡ଼ ସରପଞ୍ଚ ଶ୍ରୀମତୀ ବିନୋଦିନୀ ଗଉଡ଼ ଓ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ଜଗନ୍ନାଥ ରାଓ ଉପସ୍ଥିତ ରହି ଶିବିରାର୍ଥୀ ସ୍ୱେଚ୍ଛାସେବୀ ମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଶିବାହାଲ ସିଆରସିସି ରାଜେନ୍ଦ୍ର କୁମାର ଦୁରିଆ, ଟିକେଶ୍ୱର ନାଏକ, ଅଧ୍ୟାପକ ଦେବ ରାଜଗଣ୍ଡ, ମାନସ ରଞ୍ଜନ ନାଏକ, ଅଭୟ କୁମାର ବାଗ, ସ୍ଥାନୀୟ ବିଦ୍ୟାଳୟ ଶିକ୍ଷକ ବଟକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚାୟତ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ନିଷ୍ପାଦକ ଅଧ୍ୟାପକ ଗଣପତି ବାଗ ଓ ଅଧ୍ୟାପିକା ଅଲକା ବେହେରା ଏହି ସପ୍ତ ଦିବସୀୟ ଶିବିରର ନେତୃତ୍ବ ନେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ୱ 

masiha

ବିଦ୍ୟୁତ ଆଘାତରେ ଲେତେର ଗ୍ରାମର ଜଣେ ମୃତ

Sunil Chandra Nayak

ବିଦ୍ୟାଳୟ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!