ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଠୂକିଲେ ଗ୍ରାମ ବାସୀ     

ନବରଙ୍ଗପୁର—(ମସିହା) ନବରଙ୍ଗପୁର ବ୍ଲକ ସିନ୍ଧିଗାଁ ଗ୍ରାମପଞ୍ଚାୟତ କୁମଝର ରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମ ବାସୀ ଙ୍କ ଦ୍ୱାରା ବିଦ୍ୟାଳୟ ରେ ତାଲା ଦେଇ ଧାରଣା ରେ ବସିଛନ୍ତି । ଏହି ବିଦ୍ୟାଳୟ ରେ ଅବ୍ୟବସ୍ଥାରେ ଚାଲିଛି ପାଠପଢା ।ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୁମଝର ପ୍ରାଥମିକ ବିଦ୍ୟାଳୟ ରେ ।ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ରେ ୭0 ଛାତ୍ର, ଛାତ୍ରୀ ମାନେ ପାଠ ପଡୁଛନ୍ତି !ଏହି ସ୍କୁଲରେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ବକରାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାମାନେ ପାଠ ପୋଡ଼ିବାକୁ ବାଧ୍ୟହେଉଛନ୍ତି ! ସ୍କୁଲ ଗୃହ ଭଙ୍ଗାଅବସ୍ଥା ରେ ରହିଥିବାରୁ ସ୍କୁଲ ଶ୍ରେଣୀ ଗୃହ ରେ ବସିବାକୁ ଭୟ କରୁଛନ୍ତି ! ଏହିପରି ଅବସ୍ଥା ରେ ପିଲାମାନଙ୍କର ବଭିଷ୍ୟତ କଣ ହେବ ଶିକ୍ଷା ବିଭାଗ କୁ ପ୍ରଶ୍ନବାଛି ସୃଷ୍ଟି ହେଉଛି ! ଏହି ସ୍କୁଲ ରେ 70 ଜଣ ପିଲାମାନଙ୍କୁ ପଡ଼େଇବାପାଇଁ ଜଣେ ପ୍ରଧାନ ଶିକ୍ଷକ, ଦୁଇଜଣ ଶିକ୍ଷୟତ୍ରୀ ରହିଥିବା ବେଳେ ଜଣେ ଶିକ୍ଷୟତ୍ରୀ ଙ୍କୁ ଅନ୍ୟୟତ୍ର ସ୍କୁଲ କୁ ବଦଳି କରାଯାଇଛି ! ବର୍ତ୍ତମାନ ଜଣେ ଶିକ୍ଷୟତ୍ରୀ ବେଶୀ ଅସୁବିଧା ର ସମ୍ମୁଖୀନ ରେ ସ୍କୁଲ ର ସମସ୍ତ କାର୍ଯ୍ୟ କରୁଛନ୍ତି ! ସ୍କୁଲ ର ପ୍ରଧାନ ଶିକ୍ଷକ ଦେହ କରାପ ଥିବାରୁ ଅଧିକାଂଶ ଛୁଟି ରେ ରହିଥିବା ଅଭିଯୋଗ ହେଉଛି ! ଯଦି ସ୍କୁଲ ଆସୁଛନ୍ତି ତାହା ବି ଠିକ ସମୟରେ ଆସୁନଥିବା ଜଣାପଡୁଛି ! ଏପରି ଅବସ୍ଥାରେ ପିଲାମାନଙ୍କର ଭୋବିଷ୍ୟତ କଣ ହେବ ଅଭିଯୋଗ କରୁଛନ୍ତି ପିଲାମାନଙ୍କ ଅବିଭାବକ ! ସ୍କୁଲ ର ବିଭିନ୍ନ ସମସ୍ୟା ସମ୍ପର୍କରେ ନବରଙ୍ଗପୁର BEO ଏବଂ DEO ଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିବାପରେ ବି ଶିକ୍ଷା ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯୋଗରେ ଆଜି କୁମଝର ସ୍କୁଲ କୁ ଗ୍ରାମବାସୀ ଏବଂ ସ୍କୁଲ କମିଟି ତାଲା ଦେବା ସହ ବିକ୍ଷେଭ ପ୍ରଦଶନ କରୁଛନ୍ତି ! ଏହି ସମ୍ପର୍କ ରେ ଆମେ ନବରଙ୍ଗପୁର BEO ରମେଶ ରାୟ ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଲେ ଆଜି ଆମେ ଶିକ୍ଷକ ନିଯୁକ୍ତି କରିବା ସହ ସ୍କୁଲ ର କଣ ସବୁ ସମସ୍ୟା ଅଛି ଖୁ୍ଵ ଶ୍ରୀଗ୍ର ଏହି ସମସ୍ୟାର ସମାଧାନ କରାହେବ ଜଣାଇଛନ୍ତି ! ନବରଙ୍ଗପୁର DEO ନାଗ ଙ୍କୁ ଏହି ସମସ୍ୟା ସମ୍ପର୍କ ରେ ଯୋଗାଯୋଗ କରିଥିଲୁ କିନ୍ତୁ ତାଙ୍କର ଅନୁପସ୍ଥିତ ଥିବାରୁ ଯୋଗାଯୋଗ ହେଇପାରିଲା ନାହିଁ ! ଏହି ସ୍କୁଲ ପ୍ରତି ପ୍ରଶାସନ ଦୃଷ୍ଟି ପଡ଼ୁ ଏବଂ ସ୍କୁଲ ର ବିଭିନ୍ନ ସମସ୍ୟର ସମାଧାନ କରାଯାଉ ଭଲି କୁମଝର ଗ୍ରାମବାସୀ ଦାବିକରୁଛନ୍ତି! ଯଦି ସ୍କୁଲ ର ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ସ୍କୁଲ ରେ ତାଲାଟୁଙ୍କିବୁ ବୋଲି କହିଛନ୍ତି ! ବର୍ତ୍ତମାନ ଦେଖିବାକୁ ବାକିରହିଲା ଏହି ସ୍କୁଲ ବିଭିନ୍ନ ସମସ୍ୟାର ସାମାଧାନ କେବେ ହେବ ! ବର୍ତ୍ତମାନ ସୁଧା ଘଟଣା ସ୍ଥଳରେ କେହି ମଧ୍ୟ୍ୟ ପହଂଚି ନଥିବାରୁ ସ୍କୁଲ ର ଛାତ୍ର, ଛାତ୍ରୀ, ଏବଂ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ତାଲା ଦେଇ ଧାରଣା ଦେଇଥିବା ଦେଖିବାକୁ ମିଳିଛି ! 

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଜିଲ୍ଲା ସ୍ତରୀୟ କୁଲତା ନାଏକ ବଂଶୀୟ ସମାବେଶ

Sunil Chandra Nayak

ବିଜେପି ର ସେବା ସପ୍ତାହ ଅବସରରେ କୋକସରା ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର , ମୋଟ୍ ୫୫ ୟୁନିଟ୍ ରକ୍ତ ସଂଗୃହୀତ 

Sunil Chandra Nayak

ସାମ୍ବାଦିକ ଏବଂ ମୋ ଅନୁଷ୍ଠାନ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଜନହିତ ଯୁବକ ସଂଘ

masiha

Leave a Comment

error: Content is protected !!