ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ

ଭବାନୀପାଟଣା: ତା ୧୩/୦୧/୨୦୨୨ ରିଖ ଭବାନୀ ପାଟଣା ସହରସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ସଭାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ବିଶିଷ୍ଠ ଲେଖକ ତଥା ପୂର୍ବତନ ମନ୍ତ୍ରୀ ରାହସବିହାରୀ ବେହେରା, ମୂଖ୍ୟବକ୍ତା ରୂପେ ବିଶିଷ୍ଠ ଶିକ୍ଷାବିତ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ଦୁଷ୍ମନ୍ତ ପ୍ରଧାନ, ସୁଧୀର ପଣ୍ଡା, ମୁକୁନ୍ଦ ରେଡ୍ଡୀ, ସମ୍ନାନିତ ଅତିଥି ରୂପେ ଯୋଗ ଦେଇ ଶ୍ରେଷ୍ଠ ରାଷ୍ଟ୍ରଗଠନ ରେ ଯୁବପିଢ଼ିଙ୍କ ଭୂମିକା ଅତୁଳନୀୟ ଓ ପ୍ରତେକ ଛାତ୍ରଛାତ୍ରୀ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପସ୍ଥିତି ସମସ୍ତ ଅତିଥିଗଣ ନିଜ ନିଜ ବକ୍ତବ୍ୟ ରେ କହିଥିଲେ। ପ୍ରତି ବର୍ଷ ପରି ଏହି ବର୍ଷ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଡ଼ା. ପୂର୍ଣଚନ୍ଦ୍ର ପଣ୍ଡା ଓ ସାମ୍ବାଦିକତା ପାଇଁ ସ୍ବର୍ଗତ ମହମ୍ମଦ ଆସଲମ ଦୁଇଜଣଙ୍କୁ ବିବେକ ଶ୍ରୀ ୨୦୨୩ ସମ୍ନାନରେ ସମ୍ନାନିତ କରାଯାଇଥିଲା। କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତି ଅତିଥି ଗଣ ପୁରସ୍କୃତ କରିଥିଲେ। ସଭା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସଂ।ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

୧୬ ରୁ ୧୯ ସିଂସାରି — ଧୋଡ୍ରା ରାସ୍ତା ବନ୍ଦ   ଭାରତ ମାଳା ଓଭରବ୍ରିଜ ନିର୍ମାଣ 

masiha

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ବିଜାତଳା ବ୍ଲକରେ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ;୨୪୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଵଣ୍ଟନ

masiha

Leave a Comment

error: Content is protected !!