ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନବାସୀ ଙ୍କ ମଧ୍ୟରେ ବନ୍ଧୁ ମିଳନ , ଜଙ୍ଗଲ ଗ୍ରାମ କୁ ନେଇ ପଞ୍ଚାୟତ ଓ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ନେଇ ଦାବି

ଚନ୍ଦାହାଣ୍ଡି -(ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ତଥା ଝରିଗାଁ ବ୍ଲକ୍ ର ସମସ୍ତ ଜଙ୍ଗଲ ଗ୍ରାମ ର ବନବାସୀ ଙ୍କୁ ନେଇ ଏକ ସାଧାରଣ ସଭା ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା କୃଷକ ମହା ସଭା ,ଆଦିବାସୀ ଅଧିକାର ମଞ୍ଚ ଓ ନିର୍ମାଣ ଶ୍ରମିକ ମହାସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ ନେତା ତଥା ଆଇନଜୀବୀ କ୍ଷେମରାଜ୍ ବାଘ ଜଙ୍ଗଲ ମଧ୍ୟରେ ରହୁଥିବା ପ୍ରାୟ ଦୁଇ ହଜାର ଜନ ସାଧାରଣ ଙ୍କୁ ନେଇ ଏକ ପଞ୍ଚାୟତ ଗଠନ ସହ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ନେଇ ଦାବି ଉପସ୍ଥାପନ କରିଥିଲେ। ଏଥି ନିମନ୍ତେ ଆଗାମୀ ଦିନ ରେ ଏକ ବିରାଟ ଆନ୍ଦୋଳନ କରାଯିବ ବୋଲି ଆହ୍ବାନ କରିଥିଲେ। ଆଦିବାସୀ ଅଧିକାର ମଞ୍ଚ ର ଜିଲ୍ଲା ସଂପାଦକ ରାଜେଶ୍ ଜାନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଭାରେ ଫଟିକି ସମିତି ସଭ୍ୟ ସନ୍ତୋଷ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବନବାସୀ ଙ୍କ ହକ୍ ଅଧିକାର ନିମନ୍ତେ ଲଢେଇ ଜାରି ରହିବ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାରୀ ନେତ୍ରୀ ହାରା ବତି ଗଣ୍ଡ,ଝରିଗାଁ ସରପଞ୍ଚ ଯୁଗେଶ୍ୱର୍ ପୂଜାରୀ,ଜିଲ୍ଲା ସଭାପତି ନୂଆଖାଉ ଭତରା,ରବି ସାନ୍ତା,ପୁରୁଷୋତ୍ତମ ସାନ୍ତା,ଜୟରାମ ଶାନ୍ତା,ଅଲେଖ କୁଲଦୀପ,ନାରୀ ନେତ୍ରୀ ଉର୍ମିଳା ସାହୁ,ପାର୍ବତୀ ଧୁରୁଆ ପ୍ରମୁଖ ଯୋଗ ଦେଇ ଆଦିବାସୀ ଓ ବନବାସୀ ଙ୍କ ଉପରେ ହେଇଥିବା ଜୁଲମ ଉପରେ ଦୃଢ଼ ପ୍ରତିବାଦ କରିଥିଲେ । ଜିଲ୍ଲା ସଂପାଦକ ଚତୁର ନାୟକ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ସାନ୍ତା, କପୂର୍ ଚନ୍ଦ୍ ସୋରି,ଅନ୍ତରାମ୍ ଝଙ୍କାର, ମୁନାଇ ଶାନ୍ତା,ବିଶ୍ଵ ଜାନୀ,ଚକ୍ରଧର ପଟେଲ,ଦାସ ସାନ୍ତା,ରୂପଧର ସୁନାନି, ରାଜୁ ସାନ୍ତା,ବିଭୀଷଣ ସାନ୍ତା, ଭିଲିମନ ସାନ୍ତା,ପରିଚାଳନା କରିଥିଲେ।

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ମୁନିଗୁଡାରେ ରାୟଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ଲାୟନ୍ସ କ୍ଲବ ଅଫ୍ ରାଉରକେଲା ର ପ୍ରତିଷ୍ଠା ଦିବସ ପାଳନ

masiha

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!