ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସକ୍ଷମ ଏବଂ ଜେକେ ପେପର ମିଲ୍ ଆନୁକୁଲ୍ୟରେ ଚକ୍ଷୁ ରୋଗୀଙ୍କୁ ଚଷମା ବଣ୍ଟନ

ରାୟଗଡା // ସକ୍ଷମ ଏବଂ ଜେକେ ପେପର ମିଲ୍ ତରଫରୁ 20 ଜଣ କମ୍ ଦୃଷ୍ଟି ଥିବା ଚକ୍ଷୁ ରୋଗୀଙ୍କୁ ଚଷମା ଦିଆଗଲା.ସକ୍ଷମ ତରଫରୁ ରାୟଗଡା ସହର ର ହାଉସିଂବୋର୍ଡ କଲୋନୀ ଏବଂ ସିରିଗୁଡା ଠାରେ ଡ଼ିସେମ୍ବର 2022 ରେ ଚକ୍ଷୁ ପରୀକ୍ଷଣ କରାଯାଇଥିଲା.ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ 20ଜଣଙ୍କୁ ଚଷମା ପିନ୍ଧିବା ଅନିର୍ଵାର୍ଯ୍ୟ ବୋଲି ଚିହ୍ନଟ ହେଇଥିଲେ.ଆଜି ବ୍ଲକ ଅଫିସ ନିକଟସ୍ଥ ସଂସ୍କୃତି ଭବନ ଠାରେ ସକ୍ଷମ ଏବଂ ଜେକେ କାଗଜ କଳ ର ସାମାଜିକ ଦାଇତ୍ୱବୋଧ ବିଭାଗ ର ମିଳିତ ପ୍ରୟାସ ରେ ସମସ୍ତ 20ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି. ଶ୍ରୀ ଦୀପକ ରାଉତ (ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ର ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ) ଙ୍କ ମାର୍ଗଦର୍ଶନ ରେ,ଜେକେ ପେପର ମିଲ୍ ତରଫରୁ ଶ୍ରୀ ହରିହର ଖମାରି,ଶ୍ରୀ ସୁରେନ୍ଦ୍ର ପଣ୍ଡା (ବିଶ୍ୱବିଦ୍ୟାଳୟ, ପଶ୍ଚିମ ପ୍ରାନ୍ତ ପ୍ରମୁଖ),ଡକ୍ଟର ବାଦଲ କୁମାର ତାହା (ସକ୍ଷମ ର ରାଜ୍ୟ ସଂରକ୍ଷକ ), ଶ୍ରୀ ବିଜୟ ମିଶ୍ର(ସକ୍ଷମ ପ୍ରାନ୍ତ କୋଷାଦକ୍ଷ),ଡକ୍ଟର ଭାସ୍କର ରାଓ(ସକ୍ଷମ ର ପରାମର୍ଶଦାତା),ଶ୍ରୀ ଏମ ବିଦ୍ୟା ସାଗର (ସକ୍ଷମ ଜ଼ିଲ୍ଲା ଦିବ୍ୟାଙ୍ଗକେନ୍ଦ୍ର ପ୍ରଭାରୀ),ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା (ଜିଲ୍ଲା ସମ୍ପାଦକ, ସେବାଭାରତୀ),ଶ୍ରୀମତୀ ଝରଣା ମହାନ୍ତି, ଶ୍ରୀ ସନ୍ତୋଷ ହିକକା, ଶ୍ରୀ ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ.ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଶ୍ୟାମ କୁମାର ଦାଶ(ସକ୍ଷମ,ଜ଼ିଲ୍ଲା ସମ୍ପାଦକ /ପ୍ରାନ୍ତ ଯୁବା ପ୍ରମୁଖ )ପରିଚାଳନା କରିବା ସହ ଜେକେ ପେପର ମିଲ୍ କୁ ଧନ୍ୟବାଦ ମଧ୍ୟ ଦେଇଥିଲେ.ଆଗାମି ଦିନରେ ରାୟଗଡା ଜ଼ିଲ୍ଲାର ପ୍ରତେକ ବ୍ଲକ, ମୁନିସିପାଲିଟି ଏବଂ ଏନଏସି ମାନଙ୍କରେ ମୋବାଇଲ ଚକ୍ଷୁ ପରୀକ୍ଷଣ କେନ୍ଦ୍ର କରି ଏହି କାର୍ଯ୍ୟକ୍ରମ ଅବ୍ୟାହତ ରହିବ ଜାହା ସକ୍ଷମ ତରଫରୁ ସୂଚନା ଦିଆଯାଇଛି.।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସୁନେତ୍ର ଯୋଜନାରେ ୩୪୩ ଜଣ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

Sunil Chandra Nayak

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ : ପରିସ୍ଥିତି ନିୟନ୍ତ୍ରଣାଧୀନ

masiha

Leave a Comment

error: Content is protected !!