ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହର ମିଥ୍ୟା ପ୍ରତିଶୃତି ଦେଇ ବିଧବାଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୁକ୍ତ ଗିରଫ

ପାପଡାହାଣ୍ଡି,13/1, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ସେମଳା ଅଞ୍ଚଳରେ ଜଣେ ବିଧବାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି | ଅଭିଯୁକ୍ତଙ୍କ ଘର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଂଚଳର ଗୁଡ଼ୁ ଶତନାମୀ | ସେ ଗତ ଏକ ବର୍ଷ ଧରି ଜୈନିକ ବିଧବା ସହ ଶାରୀରିକ ସମ୍ପର୍କ ରଖି ବିବାହର ମିଥ୍ୟା ପ୍ରତିଶୃତି ଦେଇଚାଲିଥିଲେ | ଇତି ମଧ୍ୟରେ ବିଧବା ଜଣକ ତିନି ମାସର ଗର୍ଭବତୀ ହୋଇ ତାଙ୍କ ଗର୍ଭ ପାତ କରାଯାଇଥିବା ଅଭିଯୋଗ ହୋଇଛି | ଏ ନେଇ ମଇଦଲପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ ନମ୍ବର 4/23ରେ ମାମଲା ରୁଜୁ କରି ଥାନା ଅଧିକାରୀ ନଟବର ନନ୍ଦ ଅଭିଯୁକ୍ତକୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଂଚଳର ଶତନାମୀ ସାହିରୁ ଗିରଫ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ 

masiha

ଭିଜିଲାନ୍ସ ଜାଲରେ ସୁନାରୀ ସିକୂଆଁ ଜିଆରଏସ ଏବଂ ପଂଚାୟତ ପିଅନ 

masiha

ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ନେଲା ଜୀବନ

Sunil Chandra Nayak

Leave a Comment

error: Content is protected !!