ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହର ମିଥ୍ୟା ପ୍ରତିଶୃତି ଦେଇ ବିଧବାଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୁକ୍ତ ଗିରଫ

ପାପଡାହାଣ୍ଡି,13/1, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ସେମଳା ଅଞ୍ଚଳରେ ଜଣେ ବିଧବାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି | ଅଭିଯୁକ୍ତଙ୍କ ଘର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଂଚଳର ଗୁଡ଼ୁ ଶତନାମୀ | ସେ ଗତ ଏକ ବର୍ଷ ଧରି ଜୈନିକ ବିଧବା ସହ ଶାରୀରିକ ସମ୍ପର୍କ ରଖି ବିବାହର ମିଥ୍ୟା ପ୍ରତିଶୃତି ଦେଇଚାଲିଥିଲେ | ଇତି ମଧ୍ୟରେ ବିଧବା ଜଣକ ତିନି ମାସର ଗର୍ଭବତୀ ହୋଇ ତାଙ୍କ ଗର୍ଭ ପାତ କରାଯାଇଥିବା ଅଭିଯୋଗ ହୋଇଛି | ଏ ନେଇ ମଇଦଲପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ ନମ୍ବର 4/23ରେ ମାମଲା ରୁଜୁ କରି ଥାନା ଅଧିକାରୀ ନଟବର ନନ୍ଦ ଅଭିଯୁକ୍ତକୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଂଚଳର ଶତନାମୀ ସାହିରୁ ଗିରଫ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଘରେ ପଶି ସ୍ୱାମୀ ସ୍ତ୍ରୀ ଙ୍କୁ ଖଣ୍ଡା ହାଣୀ ପକାଇଲେ କିଛି ଦୁର୍ବୃତ୍ତ 

Sunil Chandra Nayak

ବେଆଇନ ଧାନ ବୋଝେଇ ପିକଅପକୁ ଜବତ କଲା ଯୋଗାଣ ବିଭାଗ

masiha

ଚୋରା ମୋବାଇଲ୍ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ 

Sunil Chandra Nayak

Leave a Comment

error: Content is protected !!