ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

ବାଲେଶ୍ଵର,୧୩/୦୧/୨୩ – ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଞ୍ଚଳର ଜନନେତା ପୂର୍ବତନ ବିଧାୟକ ସ୍ୱର୍ଗତ ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପଞ୍ଚୁପାଲି ଠାରେ ପାଳିତ ହୋଇଯାଇଛି । ଗଦାଧର ଗିରି ସ୍ମୃତି ବିକାଶ ପରିଷଦ ଓ ପଞ୍ଚୁପାଲି ବଜାର କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ବାଲେଶ୍ଵରର ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଗଦାଧର ଗିରିଙ୍କ ଆଦର୍ଶରେ ଆଜିର ନେତୃମଣ୍ଡଳି କାର୍ଯ୍ୟ କରିବା ଦରକାର । ନେତାପରି ନେତାଟିଏ ଥିଲେ ଗଦାଧର ।ସେ ଖାଲି ବାଲିଆପାଳ କାହିଁକି ସମଗ୍ର ଓଡ଼ିଶାରେ ବେଶ ଜଣାଶୁଣା ଜନନେତା ଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ଼ଃ ବିଜୟ କୁମାର ଦେ, ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରଭାଇଜର ରମାନାଥ କର, ଧୀରେନ୍ଦ୍ର ନାଥ ହାଜିରା, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅରବିନ୍ଦ ବେହେରା, ପଞ୍ଚୁପାଲି ବଜାର କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ବଟକୃଷ୍ଣ ଗିରି, ବିଜେପି ଜିଲ୍ଲା ଉପ ସଭାପତି ପ୍ରଦୀପ ପଣ୍ଡା, ଅନନ୍ୟା ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଗଦାଧର ଗିରି ସ୍ବର୍ଗବାସ ହେଲାପରେ ବି ବାଲିଆପାଳ ବାସୀ ଏବେବି ତାଙ୍କୁ ଝୁରୁଛନ୍ତି, ଘରେ ଘରେ ସମସ୍ତଙ୍କ ହୃଦୟରେ ଅଛନ୍ତି ବୋଲି ବିଜେପି ନେତା ଅରବିନ୍ଦ ବେହେରା କହିଥିଲେ l ଗଦାଧର ଗିରି ସ୍ମୃତି ବିକାଶ ପରିଷଦର ସଭାପତି ଧୀରେନ୍ଦ୍ର ହାଜିରା ସଭାପତିତ୍ୱ କରିଥିବା ବେଳ ଆବାହକ ବିକାଶ ଗିରି ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୨୭୬ ତମ ବାବା ତିଲକା ମାଝୀ ଜୟନ୍ତି ପାଳ

masiha

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ

masiha

ବାଲିସାହି ଉତ୍ତରା ଶାସନ ଅଙ୍ଗନବାଡି କେନ୍ଦ୍ରରେ ଏଚ୍. ଭି. ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ପାଇଁ ଏକ ଟି ମାତ୍ରା ପାଳନ 

Sunil Chandra Nayak

Leave a Comment

error: Content is protected !!