ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ

ମ,ରାମପୁର, ୧୪/୧(ମସୀହା) : ଅନେକ ବର୍ଷ ହେଲା ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ନିଯୁକ୍ତି ଏବଂ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ହେଁ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଏଣୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ସାକ୍ଷାତ କରି ମ,ରାମପୁର ଜାଗରଣ ମଞ୍ଚ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛି l ପ୍ରକାଶ ଥାଉ କି ଗତ ନିର୍ବାଚନ ପୂର୍ବରୁ ମଧ୍ୟ ସସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବି ପାତ୍ର ପ୍ରଦାନ କରାଯାଇଥିଲା। ଅଳ୍ପ ଦିନ ଭିତରେ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଅଦ୍ଦ୍ୟାବଧି ଡାକ୍ତର ନିଯୁକ୍ତି ଦିଆଯାଇ ନାହିଁ ବରଂ ଥିବା ଡାକ୍ତର ମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ଏହି ଡ଼ାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ଙ୍କ ସମେତ ୧୦ ଡାକ୍ତର ରହିବା କଥା ହେଲେ ଅଛନ୍ତି ମାତ୍ର ଦୁଇ । ଏଣୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଟିକେ ମିଳିବା ସ୍ଵପ୍ନ ହୋଇ ପଡ଼ିଛି l ସାଧାରଣ ରୋଗୀ ଟିଏ ଆସିଲେ ମଧ୍ୟ ରୋଗୀଙ୍କୁ ଚିକିତ୍ସା ମିଳିବା ବଦଲେ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ରେଫର୍ କରି ଦିଆଯାଉଛି l ପୁଣି ଏଥର ମଧ୍ୟ ଅଳ୍ପଦିନ ଭିତରେ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥର ଯଦି ଦାବି ପୂରଣ ନ ହୁଏ ତେବେ ରାସ୍ତା ରୋକ , ଧର୍ମଘଟ ଭଳି ଆନ୍ଦୋଳନ କରିବାକୁ ଜାଗରଣ ମଞ୍ଚ ଚେତାବନୀ ଦେଇଛି l ଏହି ଦାବି ପତ୍ର ପ୍ରଦାନ ବେଳେ ବିଭୂତି ଭୂଷଣ ମହାଖୁଡ଼ା,ପ୍ରକାଶ ମାଝୀ , ରାଜ କୁମାର ସିଂହ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ପୋଖରୀରେ ବୁଡି ଦୁଇ ଭାଇ ମୃତ୍ୟୁ

ନ୍ୟାସନାଲ କ୍ଲବ ଆନୁକୂଲ୍ୟରେ ପ୍ରତିଭା ଅନ୍ୱେଷଣ ଉତ୍ସବ-2023

Sunil Chandra Nayak

ବାଲିକୁଦା ବ୍ଲକ ରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!