ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ସ୍ତରୀୟ ବିଜ୍ଞାନ ମେଳରେ ଛାତ୍ରଙ୍କ କୃତିତ୍ଵ

ଡାବୁଗାଁ, ୧୪/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଧାମନାଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ର ଜିଲା ସ୍ତରୀୟ ବିଜ୍ଞାନ ମେଳରେ କୃତିତ୍ଵ ହାସଲ କରିଛନ୍ତି | ୧୨ ତାରିଖ ଦିନ ନବରଙ୍ଗପୁର ଜିଲା ସଦର ମହକୁମାସ୍ଥିତ ଆରସିଡି ହାଇସ୍କୁଲ ଠାରେ ଅନୁଷ୍ଠିତ ଜିଲସ୍ତରୀୟ ବିଜ୍ଞାନ ମେଳରେ ମୋଟ ୪୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା | ଏଥିରୁ ଧାମନାଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ଶୁଭଶ୍ରୀ ଜେନାଙ୍କ ତତ୍ଵାବଧାନରେ ନବମ ଶ୍ରେଣୀ ଛାତ୍ର କାମଧର ହରିଜନଙ୍କ ଦ୍ଵାରା ପ୍ରଦର୍ଶିତ “ସ୍ମାର୍ଟ ରାଶନ କାର୍ଡ” ପ୍ରକଳ୍ପଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା | ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବାକୁ ଚୟନ କରାଯାଇଛି | ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନନ୍ଦିତା ସିଂ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ଛାତ୍ର ଜଣଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟଗଡ଼ା ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ

masiha

ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଜନତା ଦଳ

Sunil Chandra Nayak

ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟିର ମା ଲକ୍ଷ୍ମୀ ପୂଜା ଆସନ୍ତା ୨୫ ରୁ…

Sunil Chandra Nayak

Leave a Comment

error: Content is protected !!