ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀରରେ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଇ ଟି ଆଇ ଠାରେ ସଚେତନତା କାଯ୍ୟକ୍ରମ 

ବଲାଙ୍ଗୀର, ୧୪/୦୧ ଦିନ କୁ ଦିନ ସଡକ ଦୁର୍ଘଟଣା ର ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଆହୁରି ମଧ୍ୟ ନିଶାସକ୍ତ ଅବସ୍ଥା ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବି ବଢ଼ି ଚାଲିଛି। ଦେଖିଲେ , ମନେ ହୁଏ ଜନ ସଚେତନତା ତଥା ଟ୍ରାଫିକ ନିୟମର କଡାକଡି ପାଳନ ମାଧ୍ୟମ ରେ ହିଁ କେବଳ ଧନ ଜୀବନ ହାନିକୁ ରୋକା ଯାଇ ପାରିବ ।

ଜନ ସାଧାରଣଙ୍କ ମଧ୍ୟରେ ସଚହେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ, ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି ଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା ସଚେତନତା ବଲାଙ୍ଗିର ଆଇ ଟି ଆଇ କଲେଜ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଚେତନତା କାଯ୍ୟାକ୍ରମ ହୋଇଥିଲା । ଟ୍ରାଫିକ ନିୟମ, ସହିତ ଦୁର୍ଘଟଣା କିପରି ରୋକା ଯାଇପାରିବ ସେ ଉପରେ ଭିଡିଓ ମାଧ୍ୟମ ରେ ବୁଝା ଯାଇଥିଲା । ଜାନୁୟାରୀ ୧୧ ତାରିଖରୁ ଆସନ୍ତା ୧୭୍ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ସଡକ ସୁରକ୍ଷା ସଚେତନତା ସପ୍ତାହର ଏକ ସଚେତନତା ରଥ ସାରା ଜିଲ୍ଲା ରେ ବୁଲିବାର କାଯ୍ୟାକ୍ରମ୍ ରହିଛି। ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି, ଅତିରିକ୍ତ ପରିବହନ ଅଧିକାରୀ ପ୍ରଭାସ କୁମାର ବାଘଲା , ଅତିରିକ୍ତ ଏମ୍ଭିଆଇ କାହୁଁ ଚରନ ବାନହରା ଓ ଟି ଆଇ ଯୋଷବନ୍ତ ଚିନରା ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ବଲାଙ୍ଗୀର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ବିଶ୍ବ ଜଳବାୟୁ ପରିବର୍ତ୍ତନ ଚିନ୍ତା ଜନକ , ଜୟନ୍ତପୁର ଠାରେ ବିଶ୍ବ ପରିବେଶ ଦିବସ

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

Sunil Chandra Nayak

ରାଜ୍ୟସଭା ସାଂସଦ ଯୋଗାଇଦେଲେ ପାଣ୍ଠି  ଗୋପାଳପୁରରେ ଜଳିଲା ହାଇମାଷ୍ଟ ଲାଇଟ

Sunil Chandra Nayak

Leave a Comment

error: Content is protected !!