ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

ବଲାଙ୍ଗୀର,୧୪/୦୧ ସହର ସବୁ  ଜଳାଶୟ ର ହେବ ପୁନରୁଦ୍ଧାର । ପ୍ରାକୃତିକ ଉପାୟରେ ଜଳାଶୟର ସୌନ୍ଦର୍ଯ୍ୟକରଣ କରି ପାନୀୟ ଜଳ ଯୋଗ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଚାଳିଶ ବର୍ଷ ପୂର୍ବେ ଏହି ସବୁ ଜଳାଶୟ ଉପରେ ଲୋକ ନିର୍ଭର କରି ଆସୁଥିଲେ ଏବଂ ପାନୀୟ ଜଳ ଭାବେ ବ୍ୟବହାର କରୁଥିଲେ । ହେଲେ ସମୟାନୁକ୍ରମେ ଏବେ ଏହି ଜଳାଶୟ ସବୁ ବ୍ୟବହାର ଯୋଗ୍ୟ ନଥିବାବେଳେ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର ହେବା ନେଇ କୁହାଯାଇଛି ।ଏହି ପରିପ୍ରେକ୍ଷୀରେ ଭାରତର ଲେକ ମ୍ୟାନ କୁହାଯାଉଥିବା ଆନନ୍ଦ ମାଳିଗୁଡ଼ିଆ ଆସି ବଲାଙ୍ଗୀରରେ ପହଞ୍ଚିଛନ୍ତି । ବେଙ୍ଗାଲୁରୁର ଆନନ୍ଦ ମାଳିଗୁଡ଼ିଆ ଯିଏ କି ଦେଶର ବିଭିନ୍ନ ସ୍ଥାନରେ ଜଳାଶୟ ଗୁଡିକ ଉପରେ କାମ କରି ସେସବୁର ପୁନରୁଦ୍ଧାର କରି ଆସୁଛନ୍ତି । ଏଥିପାଇଁ ସାରା ଦେଶରେ ତାଙ୍କୁ ଲୋକେ ଲେକ ମ୍ୟାନ ଭାବରେ ଜାଣନ୍ତି । ତେବେ ବଲାଙ୍ଗୀର ପୌରପରିଷଦର ନିମନ୍ତ୍ରଣରେ ସେ ଆସି ପହଞ୍ଚିଛନ୍ତି । ସେହିପରି ଓଡିଶା ନଗର ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ କବି ଦାସ, ଜଳାଶୟ ପୁନରୁଦ୍ଧାର ୟୁନିଟ ଓଡିଶା ଉପଦେଷ୍ଟା ଦେବ ସୁନ୍ଦର ମହାପାତ୍ର ପ୍ରମୁଖ ଆସିଥିଲେ । ପୌର ପରିଷଦ କାଉନସିଲର ଓ ଅଧ୍ୟକ୍ଷା ମିଳିତ ଭାବେ ସହରର ବିଭିନ୍ନ ଜଳାଶୟ ବୁଲି ଦେଖିଥିଲେ । ଜଳାଶୟ ଗୁଡିକର ସୌନ୍ଦର୍ଯ୍ୟକରଣ କଲେ ପାଣିର ଗୁଣ ବଦଳିବ ନାହିଁ । ତେଣୁ ପ୍ରାକୃତିକ ଭାବରେ ପାଣିକୁ ବ୍ୟବହାର ଯୋଗ୍ୟ କରାଯିବ ବୋଲି ଆନନ୍ଦ ମାଳିଗୁଡ଼ିଆ କହିଛନ୍ତି ।ଯେଉଁଥିରେ ବଲାଙ୍ଗୀରର ସର୍ବ ପୁରାତନ ମହାରାଣୀ ସାଗର ମଧ୍ୟ ସମ୍ପୃକ୍ତ ଅଟେ । ତେବେ ଏହାର ପ୍ରଥମେ ପୁନରୁଦ୍ଧାର ହେବ । ମହାରାଣୀ ସାଗରର ପାଣିକୁ ଶୁଖାଇ ଏହାର ପଙ୍କ ଉଦ୍ଧାର କରାଯିବ । ଜଳାଶୟ ମଧ୍ୟରେ ତଥା ଚାରିପଟରୁ ଯେମିତି ଆବର୍ଜନା ନ ମିଶିବ ସେଥି ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ତେବେ ଏହାର କାମ ଖୁବ ଶୀଘ୍ର ଆରମ୍ଭ ହୋଇ ଜୁନ ସୁଦ୍ଧା ପାଣି ସମ୍ପୂର୍ଣ୍ଣ ବ୍ୟବହାର ଯୋଗ୍ୟ ହେବ ବୋଲି ଆନନ୍ଦ ମାଳିଗୁଡ଼ିଆ କହିଛନ୍ତି । ଏଥିରେ ଅନ୍ୟ ଜଳାଶୟମାନଙ୍କୁ ମଧ୍ୟ ଯୋଡ଼ା ଯିବ ଯାହା ସାରା ଓଡ଼ିଶାରେ ପ୍ରଥମ । ଏଥି ପାଇଁ ସରକାର ଟଙ୍କା ଅନୁଦାନ କରିସାରିଥିବା ଓଡିଶା ନଗର ଉନ୍ନୟନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଭକ୍ତ କବି ଦାସ କହିଛନ୍ତି।

ବଲାଙ୍ଗୀର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଓଡ଼ିଶାର ବୌଦ୍ଧିକ ସଂପଦର ଅନନ୍ୟ ପରିଚୟ ମହୁରି

Sunil Chandra Nayak

ପାରୁଳିଆ ଛକରେ ଥିବା ସୁଲଭ ଶୌଚାଳୟ ର ଶୁଭ ଉଦ୍ଘାଟନ କଲେ ବାଲିଆପାଳ ବିଡିଓ ଓ ବିଜେଡି ନେତା

ରାଷ୍ଟ୍ରର ବିକାଶ ଯୁବଶକ୍ତିର ସତ ବିନିଯୋଗ ଦ୍ବାରା ସମ୍ଭବ

Sunil Chandra Nayak

Leave a Comment

error: Content is protected !!