ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ ପତଞ୍ଜଳି ଯୋଗ ସମିତିର ସୂର୍ଯ୍ୟ ନମସ୍କାର

ରାଉରକେଲା/ରାଉରକେଲା ଇସ୍ପାତ କାରଖାନା ତରଫରୁ ସହରର ବିଭିନ୍ନ ସ୍ଥାନରେ ହକି ବିଶ୍ଵ କପ୍ -୨୦୨୩କୁ ସ୍ବାଗତ ଜଣାଇବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଥିଲା। ଏହି ଅବସରରେ ଭାରତର ସଂସ୍କୃତି ଓ ବୈଦିକ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସ୍ବାଗତ ଜଣାଇବା ପାଇଁ ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଇସ୍ପାତ ସହର ସମସ୍ତ କମୁନିଟି ସେଣ୍ଟରର ଯୋଗ କେନ୍ଦ୍ର ସମେତ ଅନ୍ୟାନ୍ୟ ପତାଞ୍ଜଳି ଯୋଗ କେନ୍ଦ୍ରର ଯୋଗ ଶିକ୍ଷକ, ସାଧକ ସାଧିକା ଭାଇ ଓ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ। ଭାରତ ସ୍ୱାଭିମାନ ନ୍ୟାସ ରାଜ୍ୟ ସହ ପ୍ରଭାରୀ ଅକ୍ରୁରୁ ମାର୍ଥାଙ୍କ ମାର୍ଗ ଦର୍ଶନ ଓ ତତ୍ଵାବଧାନରେ ବୈଦିକ ମନ୍ତ୍ର ପାଠ ସହିତ ୧୨ ଥର ସୂର୍ଯ୍ୟ ନମସ୍କାର କରାଯାଇ ସଜ୍ଜିତ ରଥରେ ଶୋଭା ଯାତ୍ରାରେ ଆସିଥିବା ହକି ବିଶ୍ଵ କପ୍ -୨୦୨୩କୁ ସ୍ବାଗତ ଜଣାଯାଇଥିଲା । ଏହି କାର୍ଯ୍ୟକ୍ରମ ସେକ୍ଟର -୬ ଟେଲିଫୋନ ଭବନ ସ୍ଥିତ ସରୋବର ପାର୍କରେ ଅନୁଷ୍ଠିତ ହୋଇଥିଲା। ଏହା ରାଉରକେଲା ତଥା ଓଡ଼ିଶା ବାସୀଙ୍କ ପାଇଁ ଗର୍ବ ଓ ଗୌରବ ଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଲା ପତାଞ୍ଜଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ନିତମ୍ବିନୀ ସ୍ୱାଇଁ, ଜିଲ୍ଲା ବି. ଏସ.ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ପତାଞ୍ଜଳି ଯୋଗ ସମିତି ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ , ଜିଲ୍ଲା ମହିଳା ସହ ପ୍ରଭାରୀ ସୁରଭୀ ମଲ୍ଲିକ, ଜିଲ୍ଲା ମହିଳା ମହାମନ୍ତ୍ରି ରଞ୍ଜିତା ପାଣିଗ୍ରାହୀ , ଜିଲ୍ଲା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରଣୀ ସାହୁ, ବରିଷ୍ଠ ଯୋଗ, ଶିକ୍ଷକ ବ୍ରଜକିଶୋର ପାଣି, ନଗେନ୍ଦ୍ର ନାଥ ସ୍ୱାଇଁ, ବିଷ୍ଣୁପ୍ରିୟା ଦାଶ, ଆରତୀ କର, କଳ୍ପନା ପଣ୍ଡା, କଳ୍ପନା କୁମ୍ଭାର, ଅନୁସୁୟା ବାରିକ, ରଶ୍ମିରେଖା ଦାସ, ଗୀତାଞ୍ଜଳୀ ବେହେରା, ରଶ୍ମିରେଖା ବେହେରା, ପ୍ରଭାସିନୀ ମହାନ୍ତି, ରଶ୍ମିତା ମହାନ୍ତି, ଉର୍ମିଳା ପ୍ରଧାନ, ଉର୍ମିଳା ସାହୁ, ଅବନ୍ତି ମିର୍ଦ୍ଧା, ଚୂର୍ଣ୍ଣପ୍ରବ ଦାସ, ବିଶୁନି ମୁଣ୍ଡାରୀ, ବିଜୟନୀ ମହାନ୍ତି, ସସ୍ମିତା ସାହୁ, ଜ୍ୟୋସ୍ନାରାଣୀ ରାଉତ, ସୀମିତ ସାହୁ, ରେବତୀ ବେହେରା, ସନ୍ଧ୍ୟାରାଣୀ ଦାସ, ନମିତା ଜୟପୂରିଆ, ବନିତା ସାହୁ, ସୁପ୍ରଭା ବେହେରା, ବିଜୟଲକ୍ଷ୍ମୀ ମହାନ୍ତ ଙ୍କ ସମେତ ବହୁ ସାଧକ ସାଧିକା ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉତ୍କଳ ଜନନୀ ସେବା ସଂଗଠନର ପ୍ରତିଷ୍ଠାତା ସଭାପତିଙ୍କ ଜନ୍ମଦିନକୁ ଅଭିନବ ଢଙ୍ଗରେ ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ ଗୋବର୍ଦ୍ଧନପୁର ଗ୍ରାମବାସୀ 

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!