ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁଡଙ୍ଗରି ଉପ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା ପକ୍ଷ ପାଳନ

କୋକସରା,୧୪/୧- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଏମ.ପି.ଏଚ୍.ଡବ୍ଲୁ ଶ୍ରବଣ କୁମାର ପାଢ଼ୀ, ଜ୍ୟୋତ୍ସ୍ନାରାଣି ନାଗ, ସିଏଚଓ ପ୍ରିୟଙ୍କା ସେନାପତିଙ୍କ ନେତୃତ୍ବରେ ବୃକ୍ଷ ରୋପଣ ଓ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋକାସରା ବ୍ଲକ ଉପାଧ୍ୟକ୍ଷ ରାଜିବ କୁମାର ଅଗ୍ରୱାଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ନାଏବ ସରପଞ୍ଚ ଵେନା ନାଏକ, ସଞ୍ଜୟ କୁମାର ସିଂଘଲ, ନାଏବ ସରପଞ୍ଚ ପ୍ରତିନିଧି ନବୀନ ନାଏକ ଉପସ୍ଥିତ ରହି ଗ୍ରାମରେ ପରିମଳ ବ୍ୟବସ୍ଥା ସ୍ୱଚ୍ଛତା ଓ ସବୁଜ ବନାନୀ ପାଇଁ ବୃକ୍ଷ ରୋପଣର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ଅଡୁଆରେ ବ୍ଲକ ଅଧ୍ୟକ୍ଷ, ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜ୍ଜୁ ପୋଲିସ ବିଧାୟିକାଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଚଢାଉ ନେଇ ରାଜନୈତିକ ହଟ ଚମଟ ସୃଷ୍ଟି….

Sunil Chandra Nayak

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ରାୟଗଡ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରଥମ ଶ୍ରେଣୀ ରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାର ବ୍ୟବହାର ଓ ଉନ୍ନତି ପାଇଁ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତିକା ବଣ୍ଟନ 

masiha

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ 

masiha

Leave a Comment

error: Content is protected !!