ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କେ.କଲ୍ୟାଣୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ

ନବରଙ୍ଗପୁର -(ମସିହା) ଆନ୍ତରାଜ୍ୟ କେ.କଲ୍ୟାଣୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ସେମି ଫାଇନାଲ ମ୍ୟାଚରେ ବିଜୟୀ ହେଲା ଶଙ୍କର 11 ଟିମ। ନବରଙ୍ଗପୁର ଜିଲା ପପଡାହାଣ୍ଡି ବ୍ଲକ ଅନ୍ତର୍ଗତ ନୂଆକୋଟ ଗ୍ରାମରେ ଜାରି ରହିଥିବା କେ,କଲ୍ୟାଣି ପାତ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ବଜୋରଙ୍ଗୀ 11 ଟିମକୁ ହରାଇ 40ରନରେ ବିଜୟୀ ହୋଇଛି ଶଙ୍କର 11।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ ଙ୍କ ମଧ୍ୟରେ ମ୍ୟାଚ ଖେଳାଯାଇଥିବା ବେଳେ ଆଜି ପ୍ରଥମ ସେମିଫାଇନାଲରେ ବୋଜୋରଙ୍ଗୀ11 ବନାମ ଶଙ୍କର 11ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଶଙ୍କର11 ପ୍ରଥମେ ବ୍ୟାଟିଙ୍ଗ କରି 180 ରନ କରିଥିଵାବେଳେ ବଜୋରଙ୍ଗୀ11 140ରନ କରି ମାତ୍ର 40ରନ ପାଇଁ ପରାସ୍ତ ହୋଇଥିଲେ। ଆସନ୍ତା କାଲି ଶନିବାର ଦିନ ଟିଟିଲାଗଡ଼ ବନାମ ବସ୍ତର ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବା ନେଇ ନୂଆକୋଟ କ୍ରିକେଟ କ୍ଳବ ପକ୍ଷରୁ ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ଯୋଗଦେଇଥିବାବେଳେ ସଂମାନିତ ଅତିଥି ରୂପେ ପାପଡାହାଣ୍ଡି ବ୍ଳକ ଅଧକ୍ଷ ସୁଶାନ୍ତ କୁମାର ବେହେରା, ନୂଆକୋଟ ସରପଞ୍ଚ ଲକିନାଥ ମାଝୀ, ପୂର୍ବତନ ନୂଆକୋଟ ସରପଞ୍ଚ ଲୋକନାଥ ମିର୍ଗାନ,ସାମ ବାବୁ, ସରୋଜ ଜାଲ, ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ରଞ୍ଜନ କୁମାର ଙ୍କୁ ଆଜିର ସର୍ବଶ୍ରେଷ୍ଟ ଖେଳାଳି ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ଅନ୍ତରାଜ୍ୟ ଓ ରାଜସ୍ଥାନ, ବସ୍ତର ଭଳି ବାହାର ରାଜ୍ୟର ଟିମ ଗୁଡିକ ଦ୍ୱାରା ଖେଳାଯାଉଥିବାରୁ ମ୍ୟାଚ ଦେଖିବାକୁ କ୍ରିକେଟ ପ୍ରେମୀମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଦେଖିବାକୁ ମିଳୁଛି। ଆସନ୍ତା ୧୫ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ଶଙ୍କର 11 ଫାଇନାଲରେ ପହଞ୍ଚି ସାରିଥିବାବେଳେ ଆସନ୍ତା କାଲିର ମ୍ୟାଚ ପରେ ହିଁ ଜଣାପଡିବ ଯେ କେଉଁ ଟିମ ଟି ଫାଇନାଲରେ ପ୍ରବେଶ କରୁଛି।   

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

masiha

ନେଗିଗୁଡା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!