ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସିହା ପ୍ରଭାବ –  ସାପୁଆ କୁ ମିଳିଲା ସରକାର ଙ୍କ ୫୦ଲକ୍ଷ ଟଙ୍କାର ଅର୍ଥ ଅନୁଦାନ

 ଢେ଼ଙ୍କାନାଳ (ମ ସୀ ହା) ହିନ୍ଦୋଳ ବ୍ଲକ ସାପୁଆ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇବା ପରେ,ରାଜ୍ଯ ସରକାର ୫୦ଲକ୍ଷ ଟଙ୍କାର ଅନୁଦାନ ପ୍ରଥମ ପର୍ଯ୍ୟାୟରେ ଦେଇଥିଲେ ଯାହା ଏବେ କାର୍ଯ୍ୟକାରୀ ହେଉଛି ବିଗତ ବର୍ଷ ଡିସେମ୍ବର ମାସ ରେ ସାପୁଆ ଜଳ ପ୍ରକଳ୍ପ ଠାରେ ଜିଲ୍ଲା ୱେବ୍ ମିଡିଆ ସାମ୍ୱାଦିକ ସଂଘ ଆୟୋଜିତ ବାର୍ଷିକ ଉତ୍ସବ ରେ ଏହି ଅବହେଳିତ ସ୍ଥାନ ର ବିକାଶ ପ୍ରସଙ୍ଗ କୁ    ଉପସ୍ଥାପନ କରାଯାଇ ଥିଲା, ପରେ ପରେ ଆମ ମସିହାରେ ମଧ୍ଯ ଏହି ଅବହେଳିତ ପର୍ଯଟନ ସ୍ଥଳୀ ବିଷୟ ରେ ଖବର ପ୍ରକାଶିତ ହୋଇଥିଲା l ଏଥି ସହ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟିକା ସୀମାରାଣୀ ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୫କୋଟି ଅନୁମୋଦନ ପ୍ରଦାନ କରିଛନ୍ତି।ଯାହା ହିନ୍ଦୋଳ ବାସୀଙ୍କ ପାଇଁ ଖୁସିର ଖବର। ତେଣୁ ଆଜି ସାପୁଆ ଠାରେ ବୈଠକ କରି ଏହି ପର୍ଯ୍ୟଟନ ସ୍ଥଳିରେ ଏହାର ନିର୍ମାଣ କାର୍ଯ୍ଯ କିପରି ସୂଚାରୁରୂପେ କରାଯାଇପାରିବ ଏବଂ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇ ପାରିବ ସେଥିପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ,ଅତିରିକ୍ତ ଜିଲ୍ଲାପାଳ ମହୋଦୟ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମହୋଦୟ, ହିନ୍ଦୋଳ ସବକଲେକ୍ଟର ମହୋଦୟ ଶିବାନନ୍ଦ ସ୍ୱାଇଁ, ତହସିଲଦାର, ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ଏବଂ ଉପାଧ୍ୟକ୍ଷ ବରୁଣ ସର ଉପସ୍ଥିତିରେ ହିନ୍ଦୋଳ ବିଧାୟିକା ଆଲୋଚନା କରିଛନ୍ତି ତତ ସହ ଯଥା ଶୀଘ୍ର କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ସ୍ଥିର କରାଯାଇଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଉତ୍କଳ ଦିବସ ପାଳନ ଅବସରରେ ଭୂତଳ ଜଳର ସଂରକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଝରିଗାଁ ବିଧାୟକଙ୍କ ଅଚାନକ ବିଦ୍ୟାଳୟ ଗସ୍ତ , ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

masiha

ସମୃଦ୍ଧ ସରକାର ଶାଶନରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୋଗତି

Sunil Chandra Nayak

Leave a Comment

error: Content is protected !!