ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାମେଶ୍ଵର ପୀଠରେ ମକରମେଳା ଓ ଷୋହଳ ପ୍ରହର ନାମ ଯଜ୍ଞ

ନର୍ଲା- (ମନିସ)ପବିତ୍ର ମକର ସଂକ୍ରାନ୍ତି ଅବସରରେ ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ରାମେଶ୍ଵର ପୀଠରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି। ମକର ସଂକ୍ରାନ୍ତି ଦିନ ମହାଦେବଙ୍କ ଠାରେ ମକର ଚାଉଳ ପ୍ରସାଦ ଲାଗି ହୋଇଥିଲା। ପରେ ଗ୍ରାମର ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ହରିହର ମିଳନ ପର୍ବ ଅନୁଷ୍ଠିତ ହୋଇ ହରିହର ପ୍ରତିମା ଗ୍ରାମ ପରିକ୍ରମା କରାଯାଇଥିଲା। ନାମ ଯଜ୍ଞରେ ଭଟାଙ୍ଗ, ମଧୁପୁର,ସୁରିଙ୍ଗପଦର,ବଡ଼ ଗୁଣ୍ଡୁରି,ନକଟିଗୁଡା,ଜୁରକାଭଟ୍ଟା ଆଦି ସଂର୍କିତନ ମଣ୍ଡଳୀ ଯୋଗଦାନ କରି ହରିରାମ ଜପ କରିଥିଲେ। ଏଥିରେ ପ୍ରହର କର୍ତ୍ତା ରୂପେ ବିଘ୍ନରାଜ ଭୋଇ ଓ ତାଙ୍କ ଧର୍ମପତ୍ନୀ ବୈଜୟନ୍ତ ଭୋଇ ଦାୟିତ୍ଵ ନିର୍ବାହ କରିଥିଲେ। ମନ୍ଦିର ପୂଜା କମିଟି ସଭାପତି ଗଣ୍ଡାରାମ ଜାଳ, ସମ୍ପାଦକ ବିଜୟ ବୈଠାରୁ, କୋଷାଧ୍ୟକ୍ଷ ଭାଗ୍ୟବନ୍ତ ମାଝୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ନାମ ଯଜ୍ଞ ସମାପନ ହେବବୋଲି କୋଷାଧ୍ୟକ୍ଷ ଶ୍ରୀ ମାଝୀ ଜଣାଇଛନ୍ତି। ଗ୍ରାମର ଉଦେନାଥ ଭୋଇ, ଝଜ ସା, କେଶବ ଭୋଇ, ରୋହିତ ସ୍ବାଇଁ, ନିତ୍ୟାନନ୍ଦ ସାହୁ, ଶେଷଦେବ ପୋଢ, ଲକ୍ଷ୍ମଣ ଗଉଡ, ଜୟନ୍ତ ଗଉଡ, କନ୍ଦ ସାହୁ, ଗୋପାଳ ପଧାନ ପ୍ରମୁଖ ସହ ଉପସ୍ଥିତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରାୟଗଡ଼ା ଠାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

Sunil Chandra Nayak

ରାଇରଙ୍ଗପୁର ଗୋଶାଳାରେ ୬୬ ତମ ଗୋପାଷ୍ଟମୀ ପୂଜା ଓ ମହୋତ୍ସବ ଧୂମଧାମରେ ପାଳିତ 

masiha

ରାଧାକୃଷ୍ଣ ମନ୍ଦିର,ନାଗଭଣ ଗ୍ରାମରେ ଜନ୍ମାଷ୍ଟମୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ 

masiha

Leave a Comment

error: Content is protected !!