ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ସାମ୍ବତ୍ସରିକ ସାରସ୍ଵତ ସମାରୋହ 

ବାଲେଶ୍ଵର, ୧୫/୦୧/୨୩- ବାଲେଶ୍ଵର ଜିଲ୍ଲା କୁପାରୀ ସ୍ଥିତ ମା ଅମ୍ବିକା ଉଦାସୀନ ଆଶ୍ରମ ପରିସରରେ ମା ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦ, କୁପାରୀ ତରଫରୁ ୩୦ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ବାବା ଶୁଭେନ୍ଦୁମୁନି ଉଦାସୀନ ଉଦଘାଟକ ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ବେଦପାଠ କରିଥିଲେ ପଣ୍ଡିତ ରତ୍ନାକର ଶତପଥୀ । ଏହି ଉତ୍ସବ ୨ ଗୋଟି ପର୍ଯ୍ଯାୟରେ ଶେଷ ହୋଇଥିଲା । ପ୍ରଥମ ପର୍ଯ୍ଯାୟରେ କବିତା ପାଠ ହୋଇଥିଲା । ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ଉତ୍ସବରେ ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶ, ଡ. ଭାଗବତ ପ୍ରସାଦ ଲେଙ୍କା, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ଜେନା, ହରିହର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । କବିତା ସଂଯୋଜନା କରିଥିଲେ ହରେକୃଷ୍ଣ ପଣ୍ଡା । ବିଭିନ୍ନ ସ୍ଥାନରୁ ଆସିଥୀ ବସନ୍ତ କୁମାର ଦାସ, ନିରଞ୍ଜନ ବାରିକ, ସୁରେନ୍ଦ୍ର ବଳବନ୍ତରାୟ, ଦୁର୍ଗାମାଧବ ଜେନା, ସନ୍ଧ୍ୟାରାଣୀ ପଟନାୟକ, ରାଜରାଣୀ ଜେନା ଓ ସୁଦାମ ଚରଣ ରାଉତଙ୍କ ସମେତ ପ୍ରାୟ ଶତାଧିକ କବି କବୟିତ୍ରୀ କବିତା ପାଠ କରି ଆତ୍ମସନ୍ତୋଷ ଭାଲ କରିଥିଲେ ।

     ସେହିପରି ଦ୍ବିତୀୟ ପର୍ଯ୍ଯାୟଟି ଥିଲା ସାମ୍ବତ୍ସରିକ ସାରସ୍ୱତ ସମାରୋହର ସାହିତ୍ୟ ଆଲୋଚନା ଓ ସମ୍ବର୍ଦ୍ଧନା ସଭା । ସଭାପତି ଅନାମ ଚରଣ ଜେନାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଡ. ଭଗବାନ ଚନ୍ଦ୍ର ବେହେରା, ଧାମନଗର ମହାବିଦ୍ୟାଳୟର ଅଧ୍ଯକ୍ଷ ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ଯକ୍ଷା ସୁଚିତ୍ରା ପାଣିଗ୍ରାହୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ପାଣିଗ୍ରାହୀ ସାହିତ୍ୟ ୩ ପ୍ରକାର, ରହସ୍ୟ ଉନ୍ମୋଚନ କରିବା ସାହିତ୍ୟର ଲକ୍ଷ୍ୟ, ସାହିତ୍ୟ ରଚନା କିଭଳି ହେବା ଦରକାର, ସାହିତ୍ୟ ଆମକୁ କି ଶିକ୍ଷା ଦିଏ, ଏହିଭଳି ସାହିତ୍ୟର ବିଭିନ୍ନ ଦିଗ ଉପରେ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଶରତ ଚନ୍ଦ୍ର ବିଶ୍ବାଳଙ୍କ ସଭା ପରିଚାଳନାରେ ସମସ୍ତେ ସନ୍ତୁଷ୍ଟ ହୋଇଥିଲେ । ମଞ୍ଚାସୀନ ଅତିଥି ମାନେ ବିଭିନ୍ନ ପ୍ରତିଭାଧାରୀ ମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ” କଲ୍ଯାଣ ” ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ପ୍ରକାଶ ଚନ୍ଦ୍ର ଦକ୍ଷିଣରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ହରେକୃଷ୍ଣ ପଣ୍ଡା ଧନ୍ୟବାଦ ଦେଇଥିଲେ । ଦିବସବ୍ଯାପୀ କାର୍ଯ୍ୟକ୍ରମରେ ଭରତ ଚନ୍ଦ୍ର ଦାସ, ଲକ୍ଷ୍ମୀକାନ୍ତ ବିଶ୍ବାଳ, ପ୍ରଭାସ ଚନ୍ଦ୍ର ଦକ୍ଷିଣରାୟ, ବିଷ୍ଣୁ ପ୍ରସାଦ ବହଳି, ଦୁର୍ଗାମାଧବ ଜେନା, ପୁରସ୍ତମ ନାୟକ, ସୁରେନ୍ଦ୍ର ବଳବନ୍ତରାୟ, ଜଗନ୍ନାଥ ମହାପାତ୍ର, ସନ୍ଧ୍ୟାରାଣୀ ପଟ୍ଟନାୟକ, ନରହରି ସାହୁ, ପ୍ରସନ୍ନ ମତଗଜ ଓ ପରେଶ ପ୍ରସାଦ ଦକ୍ଷିଣରାୟଙ୍କ ସମେତ ସଂସଦର ସମସ୍ତ ସଦସ୍ୟ ଏବଂ ସଦସ୍ୟା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦକ୍ଷିଣି ଶୌଣ୍ଢିକ ମହାସଂଘର  ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

Sunil Chandra Nayak

ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବିଶିଷ୍ଠ ସମାଜସେବୀ ଶରତ ଚନ୍ଦ୍ର ମଲ୍ଲ ଙ୍କ ପରଲୋକ 

Sunil Chandra Nayak

ବାଇକ ରୁ ପଡି ଯୁବକ ମୃତ, ଆଜି ପୋଲିସର ତଦନ୍ତ ଜାରୀ 

masiha

Leave a Comment

error: Content is protected !!