ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବୟତ୍ରୀ ଝରଣା ପ୍ରଧାନୀ ପାଇଲେ “ରସମାଧୂରୀ ସମ୍ମାନ -୨୦୨୩”

ନର୍ଲା (ମସିହା) କବିତା ଝଙ୍କାର ସାହିତ୍ୟ କଳା ସେବା ପରିଷଦ ସମ୍ବଲପୁର ଦ୍ବାରା ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ଦିତ୍ବୀୟ ବାର୍ଷିକୀ କବିତା ଝଙ୍କାର ମହୋତ୍ସବ ରେ କଳାହାଣ୍ଡି ଜିଲ୍ଲା ନର୍ଲା ର ଯୁବ କବୟତ୍ରୀ ସୁଶ୍ରୀ ଝରଣା ପ୍ରଧାନୀ ରାଜ୍ଯ ସ୍ତରୀୟ “ରସମାଧୂରୀ”ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି,ପୂର୍ବତନ ନାଏବ ସରପଞ୍ଚ କମଳା ପ୍ରଧାନୀ ଙ୍କ ନାତୁଣୀ ତଥା କବି,ନାଟ୍ୟକାର ସଂଗଠକ ଅରୁଣ ପ୍ରଧାନୀ ଏବଂ ସାମାଜିକ କର୍ମୀ ରାଜଶ୍ରୀ ପ୍ରଧାନୀ ଙ୍କ ସୁପୁତ୍ରୀ ଝରଣା ପ୍ରଧାନୀ ସାହିତ୍ଯ ସାଧନା ସହ ଆଞ୍ଚଳିକ ମଞ୍ଚ,ଏବଂ ଅଧ୍ଯୟନ ରତ ମହାବିଦ୍ୟାଳୟ ରେ ମଞ୍ଚ ପରିଚାଳନା,ସଂଯୋଜନା କରି ବେଶ୍‌ ଆଦୃତ ହୋଇ ଆସୁଛନ୍ତି, ତାଙ୍କର ଅନେକ କବିତା ବିଭିନ୍ନ ପତ୍ର ପତ୍ରିକା ରେ ପ୍ରକାଶିତ ହେବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି,କବିତା ଝଙ୍କାର ଦ୍ବାରା ଆୟୋଜିତ ଏହି ସମାରୋହରେ ରାଜ୍ଯ ର କୋଣ ଅନୁକୋଣ ରୁ କବି,ସାହିତ୍ୟକ,ସମାଜସେବୀ ଉପସ୍ଥିତ ଥିବାବେଳେ ଅତିଥି ଭାବେ ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ,ଡକ୍ଟର ରଘୁନାଥ ମେହେର,ସସ୍ମିତା ମିଶ୍ର,ଲିଲିପଟେଲ,ପ୍ରବାସିନୀ ମିଶ୍ର,ନିତ୍ୟାନନ୍ଦ ଖମାରୀ କୃଷ୍ଣଚନ୍ଦ୍ର ବାରିକ,ଶିବାତ୍ମକ ପଣ୍ଡା,ସଦାଶିବ ମିଶ୍ର,ରବିଶଙ୍କର ପଶାୟତ ମଞ୍ଚାସୀନ ହୋଇ କବୟତ୍ରୀ ସୁଶ୍ରୀ ଝରଣା ପ୍ରଧାନୀ ଙ୍କୁ ସମ୍ମାନୀତ କରିଥିଲେ,ଏହି ଅବସରରେ ଅନୁଷ୍ଠାନ ର ପତ୍ରିକା ” ହିତ୍ୟାଶା “ଉନ୍ମୋଚନ ହୋଇଥିଲା,ପରିଶେଷରେ ଅନୁଷ୍ଠାନ ର ସଭାପତି କୃଷ୍ଣଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ବାଣପୁର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ

Sunil Chandra Nayak

ନୂଆପଡ଼ା ଜିଲ୍ଲା କୁ ଦିନିକିଆ ଗସ୍ତରେ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର  

masiha

ଏନ୍.ସି.ସି ଶିବିରରେ ଡିଏଭି ଛାତ୍ରଛାତ୍ରୀଙ୍କ ଯୋଗଦାନ

masiha

Leave a Comment

error: Content is protected !!