ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ୍ତାହିକୀ, ଖୋଲାଫର୍ଦ ର ବନ୍ଧୁ ମିଳନ ଓ ପ୍ରତିଭା ସମ୍ମାନ ଉତ୍ସଵ 

ଫୁଲବାଣୀ – / କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ରାଜଧାନୀ ଭୁବେନେଶ୍ୱର ରୁ ପ୍ରକାଶିତ ସାପ୍ତାହିକୀ, ଖୋଲାଫର୍ଦ  ଖବର କାଗଜ ପକ୍ଷରୁ ଏକ ବନ୍ଧୁମିଳନ, ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ବିମଳ କୁମାର ଭଞ୍ଜଦେଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର କାର୍ଯ୍ୟକାରୀ ସଭାପତି ସୁନୀଲ ପଟନାୟକ, ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର, ସମାଜସେବୀ ଅଶୋକ ପରିଡା,ବରିଷ୍ଠ ସାମ୍ବାଦିକ ଅରୁଣ ଷଡ଼ଙ୍ଗୀ ଓ ଅଭିମନ୍ୟୁ ପଣ୍ଡା, ବ୍ୟବସାୟୀ ସଙ୍ଘ ସମ୍ପାଦକ, ଥାନା ଅଧିକାରୀ ରମାକାନ୍ତ ପାତ୍ର ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନେ ସର୍ବଦା ସତ୍ୟ ଓ ଅନୁସନ୍ଧାନ ମୂଳକ, ସମସ୍ୟା ଓ ଦୁର୍ନିତୀ ସମ୍ପର୍କିତ ଖବର ଉପରେ ଗୁରୁତ୍ୱ ଦେଇ ଲୋକ ଲୋଚନକୁ ଆଣିବା ପାଇଁ  ପରାମର୍ଶ ଦେଇଥିଲେ l ରାଇକିଆ ଖୋଲାଫର୍ଦ ପରିବାର ପକ୍ଷରୁ ସାମ୍ବାଦିକ ଅଭିମନ୍ୟୁ ପଣ୍ଡା ସଭା ପରିଚାଳନା କରିଥିଲେ lଏହି ଅବସର ରେ ସମାଜ ସେବା,ଓ  ସାମ୍ବାଦିକତା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସାମ୍ବାଦିକତା କ୍ଷେତ୍ରରେ ପ୍ରଦୀପ କୁମାର ବେହେରା, ଓ ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l 

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ବ୍ଯାପକ ଦୁର୍ନୀତିରେ ଚାଲିଛି ଆଳଦା ଗ୍ରାମ ବାଲିସାହି ଅଙ୍ଗନବାଡି କେନ୍ଦ୍ର

masiha

SHOWERS OF JOY…. 

Sunil Chandra Nayak

ଆଳତୁମା ଗ୍ରାମରେ ରଜମହୋତ୍ସବ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!