ଫୁଲବାଣୀ – / କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ରାଜଧାନୀ ଭୁବେନେଶ୍ୱର ରୁ ପ୍ରକାଶିତ ସାପ୍ତାହିକୀ, ଖୋଲାଫର୍ଦ ଖବର କାଗଜ ପକ୍ଷରୁ ଏକ ବନ୍ଧୁମିଳନ, ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ବିମଳ କୁମାର ଭଞ୍ଜଦେଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର କାର୍ଯ୍ୟକାରୀ ସଭାପତି ସୁନୀଲ ପଟନାୟକ, ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର, ସମାଜସେବୀ ଅଶୋକ ପରିଡା,ବରିଷ୍ଠ ସାମ୍ବାଦିକ ଅରୁଣ ଷଡ଼ଙ୍ଗୀ ଓ ଅଭିମନ୍ୟୁ ପଣ୍ଡା, ବ୍ୟବସାୟୀ ସଙ୍ଘ ସମ୍ପାଦକ, ଥାନା ଅଧିକାରୀ ରମାକାନ୍ତ ପାତ୍ର ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନେ ସର୍ବଦା ସତ୍ୟ ଓ ଅନୁସନ୍ଧାନ ମୂଳକ, ସମସ୍ୟା ଓ ଦୁର୍ନିତୀ ସମ୍ପର୍କିତ ଖବର ଉପରେ ଗୁରୁତ୍ୱ ଦେଇ ଲୋକ ଲୋଚନକୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ l ରାଇକିଆ ଖୋଲାଫର୍ଦ ପରିବାର ପକ୍ଷରୁ ସାମ୍ବାଦିକ ଅଭିମନ୍ୟୁ ପଣ୍ଡା ସଭା ପରିଚାଳନା କରିଥିଲେ lଏହି ଅବସର ରେ ସମାଜ ସେବା,ଓ ସାମ୍ବାଦିକତା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସାମ୍ବାଦିକତା କ୍ଷେତ୍ରରେ ପ୍ରଦୀପ କୁମାର ବେହେରା, ଓ ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
previous post