ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଲିମୁଣ୍ଡା ରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

କୋଇଲିମୁଣ୍ଡା ରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ଚନ୍ଦାହାଣ୍ଡି,୨୯।୯( ଦିଲୀପ ଦାସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ କୋଇଲିମୁଣ୍ଡା ଠାରେ ଗଣେଶ ପୂଜା ଓ ନୂଆଖାଇ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଧାମାଧବ ପୂଜାକମିଟି ଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ପ୍ରକାଶ ମାଝୀ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଉଠା ଜଳସେଚନ ନିଗମର ଉପଦେଷ୍ଟା ପ୍ରମୋଦ ପାଢ଼ୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ହରଲାଲ ଝାଙ୍କର ଯୋଗ ଦେଇଥିଲେ।ଏହି ପ୍ରତିଯୋଗିତାରେ ଚନ୍ଦାହାଣ୍ଡି, ଉମରକୋଟ ବ୍ଲକ ସମେତ କଳାହାଣ୍ଡି ଜିଲ୍ଲା ର ୮ଗୋଟି ଦଳ ଭାଗ ନେଇଥିଲେ।ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଦଳମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିରେ ସମ୍ମାନୀତ ଅତିଥିଭାବେ ଗ୍ରାମ୍ୟ ପୂଜକ ଭୁଜବଳ ଝାଙ୍କର ଜିଲ୍ଲା ପରିଷଦ ସଭ୍ୟା ବର୍ଷାରାଣୀ ପଟେଲ,ବରିଷ୍ଠ କଳାକାର ପୁରୁଷୋତ୍ତମ ପାରୀ, ବଳରାମ ପଟ୍ଟନାୟକ, ଗୌରହରି ନାୟକ,ମସ୍ତୁରାମ ବଗର୍ତ୍ତି,ସୁଷେଣ ଟାକ୍ରି, କାର୍ତ୍ତିକ ବଞ୍ଜରା,ଭୋଜରାମ ସିହ୍ନା କୈବର୍ତୀ ଦେଇ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ବିଚାରପତି ଭାବେ ବରିଷ୍ଠ କଳାକାର ତଥା ଦେଶିଆ ନାଟଗୁରୁ ସଂଘର ସଭାପତି କାଂହୁଚରଣ ଦାସ,କଳାକାର ତଥା ସାମ୍ବାଦିକ ପୀତାମ୍ବର ସୋରୀ, କଳାପ୍ରେମୀ ଜଗଦୀଶ ବାଘ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଟାକ୍ରି ନିଯୁକ୍ତ ହୋଇଥିଲେ।ପୂଜାକମିଟି ର ସଦସ୍ୟ କେଦାରନାଥ ମାଝି, ଟିକେଶ ଝାଙ୍କର, ରୀଙ୍କୁ ମାଝି, ରାମଚନ୍ଦ୍ର ଧୁରୁଆ, ଦେନାଥ ରାଉତ, ଦୈତାରି ପୁଜାରୀ, ଗାଙ୍ଗୁଲି ମାଝି,ଇଶ୍ୱର ମାଝିପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ଟି କୁ ଭୀମସେନ ଡଙ୍ଗରି ପରିଚାଳନା କରିଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଚଇତି କ୍ରୀଡା -୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ପ୍ରିୟଦର୍ଶିନୀ

masiha

ଆଞ୍ଚଳିକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ 

masiha

Leave a Comment

error: Content is protected !!