ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ସୁରକ୍ଷା ସପ୍ତାହ ଅଵସର ରେ ଖାତିଗୁଡା ପୋଲିସ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଦେଲା ସଚେତନତା ର ବାର୍ତ୍ତା 

ତେନ୍ତୁଳିଖୁଣ୍ଟି ୧୬/୦୨/୨୩ //ଆଜି ୧୬/୧/୨୦୨୩ ମଙ୍ଗଳ ବାର ଖାତିଗୁଡା (ଇନ୍ଦ୍ରାବତୀ) ଠାରେ ସ୍ଥାନୀୟ ପୋଲିସ ଥାନା ସୌଜନ୍ଯରେ ସଡକ ସୁରକ୍ଷା ସଚେତନତା ଦିବସ ପାଳନ କରାଯାଇ ଥିଲା। ଏହି ଅବସରରେ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ରେ ଭାରପ୍ରାପ୍ତ ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ଙ୍କର ଅଧ୍ଯକ୍ଷତାରେ ଏକ ସଭା ଆୟୋଜନ ହେବା ପରେ ଏକ ସଚେତନତା ରାଲି କରାଯାଇ ଥିଲା । ଏହି କାର୍ଯ୍ଯକ୍ରମରେବିଦ୍ୟାଳୟ ର ଅଧ୍ଯକ୍ଷ, ଅଧ୍ଯାପକ, ଛାତ୍ର ଛାତ୍ରୀ ,କର୍ମଚାରୀ ଏବଂ ସ୍ଥାନୀୟ ବରିଷ୍ଠ ନାଗରିକ ରମେଶ ପଟ୍ଟନାୟକ ଏବଂ ଜନ ସାଧାରଣ ଯୋଗ ଦେଇ ଥିଲେ। ହେଲମେଟ ବ୍ୟବହାର କରିବା, ଗାଡି ଚଳାଇବା ବେଳେ ମୋବାଇଲ ରେ କଥା ନହେବା ,ବାଇକ ରେ ୨ରୁ ଅଧିକ ନ ଯିବା ଓ ଉଭୟ ହେଲମେଟ ବ୍ୟବହାର କରିବା, ଅଠର ବର୍ଷ ରୁ କମ ପିଲା ଗାଡି ନ ଚଳାଇବା ଆଦି ସମ୍ପର୍କିତ ସଚେତନତା ବାର୍ତା ରହିଥିବା ପ୍ଲାକାର୍ଡ ଓ ସ୍ଲୋଗାନ କହି ରାଲି କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ଉଦ୍ ଯାପିତ 

Sunil Chandra Nayak

ଥୁଆମୂଳ ରାମପୁର ବ୍ଲକ୍ ଠାରେ ଓଡିଶା ଡ୍ରାଇଭର ମହାସଂଘ ଦିବସ ପାଳିତ 

masiha

5T କାର୍ଯ୍ୟ ନିମ୍ନ ମାନର ଶିକ୍ଷକ ସାଜିଛନ୍ତି ଠିକାଦାର 

Sunil Chandra Nayak

Leave a Comment

error: Content is protected !!