ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ସମଗ୍ର ବିଶ୍ବକୁ ଦିଗଦର୍ଶନ ଦେବାର ସମୟ ଆସିଛି 

କଳାହାଣ୍ଡି ଉତ୍ସବ ଉପଲକ୍ଷେ ‘କଳାହାଣ୍ଡି ସେଦିନର ଓ ଆଜିର’ ଶୀର୍ଷକ ସଂପାନ ଅନୁଷ୍ଠିତ

ଭବାନୀପାଟଣା,୧୬/୦୧( ମ ନି ସ)-ମନସ୍ତାତ୍ତ୍ବିକ ବିଚାରଧାରାର ପରିବର୍ତ୍ତନ କଳାହାଣ୍ଡି ଜିଲ୍ଲାକୁ ସମଗ୍ର ଦେଶରେ ଆଗୁଆ କରି ଗଢ଼ି ତୋଳିବ ! ଆଜି ଏ ଜିଲ୍ଲା ସାରା ଦେଶରେ ଭାତହାଣ୍ଡିର ପରିଚୟ ପାଇଛି ସତ ତେବେ ଜିଲ୍ଲାବାସୀଙ୍କ ପାଇଁ ଆଜିର ଆହ୍ବାନ ସୁସ୍ଥ କଳାହାଣ୍ଡି ହେବା ଉଚିତ୍ ! କାରଣ ସାରା ବିଶ୍ବକୁ କଳାହାଣ୍ଡି ଦିଗଦର୍ଶନ ଦେବାର ସମୟ ଆସିଛି ! ପର୍ଯ୍ୟାପ୍ତ ଜ୍ଞାନ ଆହରଣ ଏ ଜିଲ୍ଲାର ବିକାଶକୁ ଆହୁରି ଆଗେଇ ନେବ ବୋଲି ଆଜି ସ୍ଥାନୀୟ ଟାଉନ୍ ହଲ୍ ଠାରେ ଆୟୋଜିତ ସଂପାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଏବଂ ଯୋଜନା ଓ ସମ୍ମନ୍ବୟ ବିଭାଗର ସଚିବ ପ୍ରଦୀପ କୁମାର ଜେନା ନିଜ ବକ୍ତବ୍ୟରେ କହିଛନ୍ତି ! ଏଇ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୁଷି ଓ କ୍ରୁଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ କ୍ରୁଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଦକ୍ଷତା ବିକାଶ ହିଁ ଏ ଜିଲ୍ଲାକୁ ଉନ୍ନତିର ଶିଖରରେ ପହଞ୍ଚାଇ ପାରିବ ଏଣୁ ଆମ ସମସ୍ତଙ୍କୁ ଏ ଜୟଯାତ୍ରାରେ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ! କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଉପସ୍ଥିତିରେ ସଂପାନ କମିଟିର ଅଧ୍ୟକ୍ଷ ତଥା କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହ ଅଧ୍ୟକ୍ଷ ସୀମାଞ୍ଚଳ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ! ଡ. ତ୍ରିଭୂବନ ପଣ୍ଡା, ଉମାଶଙ୍କର କର ପ୍ରମୁଖ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ ! ସଂପାନ କମିଟିର ସଦସ୍ୟ ଶେଷଦେବ ମିଶ୍ର ଅତିଥି ଆବାହନ, ଡ. ସଞ୍ଜିତ ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଶ୍ବରଞ୍ଜନ ବେହେରା, ପ୍ରତାପ କୁମାର ପଣ୍ଡା, ଦୁର୍ଗାପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟକ କବି, ଲେଖକ, ଅଧ୍ୟାପକ, ବୁଦ୍ଧିଜୀବୀଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ସୁଢଳଦେବ ମୁଣ୍ଡ ଧନ୍ୟବାଦ ଦେଇଥିଲେ !

ମସିହା ନିଉଜ ସର୍ଭିସ୍ 

Related posts

୪୨ ମୌଜାରେ ପ୍ରସ୍ତାବିତ ଦମକଳ କେନ୍ଦ୍ର ଖୋଲାଯିବା ନେଇ ବିଳମ୍ବ 

masiha

ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ବାମନଘାଟୀ ନାଗରିକ ମଂଚ ତରଫରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମୌନବ୍ରତ ପ୍ରତିବାଦ 

ଚୁଆଁ ପାଣିରେ ଶୋଷ ମେଣ୍ଟୁଛି ୧୪ ଘର ପରିବାର ର 

masiha

Leave a Comment

error: Content is protected !!