ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସପ୍ତାହ ପାଳିତ

କାମାକ୍ଷାନଗର (ମ ନି ସ)17/1// କାମାକ୍ଷାନଗରର ରବିଶଙ୍କର ପ୍ରାଥମିକ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଗୋଷ୍ଠି ଉନ୍ନୟନ ଅଧିକାରି ଉପସ୍ଥିତ ଥିଲେ। ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମେନରୋଡ ଠାରୁ ଏକ ଶୋଭାଯାତ୍ରାରେ ଆସିଥିଲେ। ଏବଂ ହାତରେ ସଡକ ସୁରକ୍ଷାର ବିଭିନ୍ନ ଫ୍ଲାକକାର୍ଡ ଧରିବା ସହ ସ୍ଲୋଗାନ ଦେଇଥିଲେ। ଏବଂ ଦୁଇ ଛାତ୍ରଙ୍କ ଦ୍ବାରା ଯମ ଓ ଚିତ୍ରଗୁପ୍ତ ବେଶ ହୋଇ ଚାଳକ ମାନଙ୍କୁ ହେଲମେଟ ଓ ସିଟ ବେଲ୍ଟ ବାନ୍ଧିବା ଏବଂ ମଦ ପିଇ ଗାଡି ନଚଲାଇବା ପାଇଁ ସଚେତନ କରାଇବା ସହ ଲୋକଙ୍କୁ ପୁସିଙ୍ଗ୍ କାର୍ଡ ବାଣ୍ଟି ପୁରା ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ। ଏବଂ ପରିଶେଷରେ ଥାନା ନିକଟରେ ପହଞ୍ଚିବା ସହ ସଚେତନ ମୁଳକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସରସ୍ଵତୀ ଶିଶୁ ମନ୍ଦିର ଗୋଲାମୁଣ୍ଡା ର ଷଷ୍ଠ ତମ ବାର୍ଷିକ ଉତ୍ସବ

Sunil Chandra Nayak

ବ୍ରିଜର ୨୦ଫୁଟ ତଳକୁ ଖସି ପଡିଲା ଅଟୋ, ଡ୍ରାଇଭର୍‌ ମୃତ

masiha

ଆସ୍ଥା ର ମହିଳା ଦିବସ ଆସନ୍ତା ୧୬ ରେ….

masiha

Leave a Comment

error: Content is protected !!