ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ. ଏପିଜେ ଅବଦୁଲ କଲାମଙ୍କ ପ୍ରଦର୍ଶିତ ପଥରେ ଚାଲିବା ହିଁ ହେବ ତାଙ୍କ ପ୍ରତି ଉତ୍ତମ ଶ୍ରଦ୍ଧାଞ୍ଜଳି

କଲାମଙ୍କ କଳାହାଣ୍ଡି ଗସ୍ତର ୧୪ତମ ବର୍ଷ ପୂର୍ତ୍ତି ସମାରୋହ

ଭବାନୀପାଟଣା,୧୭/୦୧( ମ ନି ସ )-ନିଜ ଜୀବନକାଳ ମଧ୍ୟରେ ସେ ଯାହା କରିଥିଲେ ଦେଶ ପାଇଁ ଆଜି ଅବର୍ତ୍ତମାନରେ ମଧ୍ୟ ସେସବୁ ଦେଶକୁ ଆଗକୁ ବଢିବାକୁ ରାସ୍ତା ଦେଖାଉଛି । ଜଣେ ଲେଖକ, ଶିକ୍ଷକ, ଜଣେ ବୈଜ୍ଞାନିକ ଏଭଳି ଅନେକ ପରିଚୟରେ ପରିଚିତ ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ୍ ମେନ୍ ଡ. ଏପିଜେ ଅବଦୁଲ କଲାମ ସାରା ଦେଶବାସୀଙ୍କ ପାଇଁ ପିଢି ପରେ ପିଢି ଆଦର୍ଶ ହୋଇ ରହିବେ । ତାଙ୍କ ପ୍ରଦର୍ଶିତ ପଥରେ ଚାଲିବା ହିଁ ତାଙ୍କ ପ୍ରତି ଉତ୍ତମ ଶ୍ରଦ୍ଧାଞ୍ଜଳି ହେବ ବୋଲି ସହର ଉପକଣ୍ଠ ମେଦିନୀପୁର ଠାରେ ଥିବା ବିନାୟକ ମହାବିଦ୍ୟାଳୟ ପରିସରରେ ଡ. ଏପିଜେ ଅବଦୁଲ କଲାମ ଫାଉଣ୍ଡେସନ ଟ୍ରଷ୍ଟ ର ଅଧକ୍ଷ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଡ. କଲାମଙ୍କ କଳାହାଣ୍ଡି ଜିଲ୍ଲାଗସ୍ତର ୧୪ବର୍ଷ ପୂର୍ତ୍ତି ଅବସରରେ ତାଙ୍କ ସ୍ମୃତିରେ ଗଠିତ ଏହି ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳସଚିବ ପିତାମ୍ବର ଭୋଇ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ତହସିଲଦାର ଉପେନ୍ଦ୍ର ଲୁହା, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଟ୍ରଷ୍ଟର ଉପାଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ସଂପାଦକ ମୁକୁନ୍ଦ ରେଡ୍ଡୀ, ଅଧ୍ୟାପକ ତଥା ଟ୍ରଷ୍ଟ ବିଜ୍ଞାନ ବିଭାଗ ର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର,ବିନାୟକ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ରୋହିତ ପଟ୍ଟନାୟକ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ଭୃକୁଟୀ ଗଉଡ, ସଂପାଦକ ଦୁର୍ଯ୍ୟୋଧନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଶ୍ରେଷ୍ଠ ପ୍ରଶାସକ ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସାହିତ୍ୟିକ ଭାବେ ଜଣେ ବିଶିଷ୍ଟ ଗାଳ୍ପିକ ଏବଂ ଔପନ୍ୟାସିକ ବିଜୟ କୁମାର ପ୍ରଧାନ, ସାମ୍ବାଦିକ ଭାବେ ପ୍ରଦୀପ କୁମାର ପଣ୍ଡା, ଯୁବସ୍କେଟିଂ ପ୍ରତିଭା ଆଲୋକ ରାଉତ, ଏନ୍‌ସିସି କ୍ୟାଡେଟ୍ ଶୁଭଲକ୍ଷ୍ମୀ ଦାଶ, ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘର ସଂପାଦକ ପଟ୍ଟାୟତ ସାହୁ, ବିନାୟକ କଲେଜର ସଭାପତି ତ୍ରିଲୋଚନ ମହାପାତ୍ର, ଅଧ୍ୟକ୍ଷ ରୋହିତ ପଟ୍ଟନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ କୃଷି ମହାବିଦ୍ୟାଳୟର ସୋମ୍ୟରଞ୍ଜନ ମିଶ୍ର, ବିଦ୍ୟୁତ୍‌ପ୍ରଭା ପତି, କଳାହାଣ୍ଡି ଯାନ୍ତ୍ରିକ ମହାବିଦ୍ୟାଳୟର ପ୍ରତ୍ୟାଶା ଜୟକିଶାନ, ବତ୍କୃତା ପ୍ରତିଯୋଗିତାରେ କୃଷି ମହାବିଦ୍ୟାଳୟର ଦେବାଂଶୁ ରାଉତ, ଅନନ୍ୟା ଅଭୀପ୍ସା ନାଏକ, କଳାହାଣ୍ଡି ଯାନ୍ତ୍ରିକ ମହାବିଦ୍ୟାଳୟର ଦିବ୍ୟରଞ୍ଜନ ପୁହାଣ, ସେମିନାରରେ ଯାନ୍ତ୍ରିକ ମହାବିଦ୍ୟାଳୟ ସୌମ୍ୟରଞ୍ଜନ ସାହୁ, କୃଷି ମହାବିଦ୍ୟାଳୟର ଦେବାଂଶୁ ସାହୁ, ଯାନ୍ତ୍ରିକ ମହାବିଦ୍ୟାଳୟର ଜୀବନ ଶତପଥି ଭାଗ ନେଇ ପୁରସ୍କୃତ ହେବା ସହ ବିଭିନ୍ନ ପ୍ରତିଯୋଗିତାରେ ଡ. ତପନ କୁମାର ରଥ, ସୁଧୀର କୁମାର ଧଙ୍ଗଡାମାଝୀ, ସୁମତୀ ମୁଣ୍ଡ, ଡିଲେଶ୍ୱର ରଣା, ବାଦଲ ଗଉଡ, ସଞ୍ଜୟ ସାହୁ, ଆଲେକଜାଣ୍ଡର ଫିଲିପ୍ ପ୍ରମୁଖ ବିଚାରକ ଦାୟିତ୍ୱ ତୁଲାଇଥିଲେ । ଟ୍ରଷ୍ଟର ବିଜ୍ଞାନ ଶାଖା ର ସଭାପତି ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ କଲେଜର ଉପାଧ୍ୟକ୍ଷ ସୁରେନ୍ଦ୍ର ସାହୁ, ଶିକ୍ଷକ ବିଶ୍ୱରଞ୍ଜନ ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ କରୁଆଁ ଓ ଅନୁରୂପ ଜନ୍ ସହ କଲେଜର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଗୀତାଞ୍ଜଳି ସାହୁ, ବନସ୍ମିତା ଦାଶ, ପ୍ରତ୍ୟାଶା ପ୍ରଧାନ, ତନୁଶ୍ରୀ ମଙ୍ଗରାଜ, ଅଭୟ ନାଏକ, ଉଦୟ ନାଏକ, ସ୍ୱାଗତିକା ନାଏକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିନାୟକ ମହା ବିଦାଳୟ ଅଧକ୍ଷ ରୋହିତ ପଟ୍ଟନୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ନିଆରା ପର୍ବ ପୌଷପୁର୍ଣିମା

masiha

ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ସ୍ଥାନ ରେ ଖାଦ୍ୟନିରାପତ୍ତ ଅଧିକାରୀ ଙ୍କ ଚଢ଼ାଉ : ଭୟରେ ଦୋକାନ ହୋଟେଲ ରେ ତାଲା 

masiha

ଚେମ୍ୱର ଅଫ କମର୍ସ ପକ୍ଷରୁ  ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଙ୍କୁ ସ୍ୱାଗତ ଓ ବିଦାୟୀ ଡିଏସପି ଙ୍କୁ ବିଦାୟ ସମ୍ବର୍ଧନା 

masiha

Leave a Comment

error: Content is protected !!