ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଧକ୍କାରେ ଦାଦା ମୃତ ପୁତୁରା ଗୁରୁତର ଆହତ

ରାହାମା :-17/01/23–ମୃତ୍ୟୁ ଏମିତି ଏକ ଶବ୍ଦ, ଯାହା ଶୁଣିବାକୁ ଅତି ଭୟଙ୍କର ଏବଂ ବିଭତ୍ସ ! ସେଇ ମୃତ୍ୟୁ କାହାପାଇଁ କେତେବେଳେ ଅଚାନକ ଭାବେ ଚାଲିଆସିଥାଏ ତାହା ଭାବିବା ଉର୍ଦ୍ଧରେ ! ସେଇପରି ଭୟଙ୍କର ଦୁର୍ଘଟଣା ଘଟିଛି,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ୧୩ନମ୍ବର କେନାଲବନ୍ଧ ରାହାମା-ବାଇଳୋ ରାସ୍ତାର ଭରାଳୋ ନିକଟରେ । ଆକସ୍ମିକ ଦୁର୍ଘଟଣାରେ ଦାଦା ମୃତ ପୁତୁରା ଗୁରୁତର !ମୃତ ବ୍ୟକ୍ତି ଜଣକ ବିରେନ୍ଦ୍ର ଦାସ ବୟସ ୪୯ବର୍ଷ ହୋଇଥିବାବେଳେ, ତାଙ୍କ ପୁତୁରା ସରୋଜ୍ ଦାସ ବୟସ ୩୦ବର୍ଷ ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି ବୋଲି ଜଣାପଡିଛି। ଖବର ଅନୁସାରେ ଏରସମା ଥାନା ଅନ୍ତର୍ଗତ ନୁଆଡ଼ିହି ପଞ୍ଚାୟତ ଘାଗଡା ଗ୍ରାମର ଦାଦା ବିରେନ୍ଦ୍ର ଓ ପୁତୁରା ସରୋଜ ଏକ ବାଇକ ଯୋଗେ ରାହାମା ବଜାରକୁ ସଉଦା କରିବାକୁ ଯାଉଥିବା ବେଳେ, ଦୃତଗତିରେ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା।ଟ୍ରାକ୍ଟର ଧକ୍କାରେ ଘଟଣା ସ୍ଥଳରୁ ଦାଦା ପୁତୁରାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ! କିନ୍ତୁ ମଣିଜଙ୍ଗା ଡାକ୍ତର ଦାଦା ବିରେନ୍ଦ୍ରକୁ ମୃତ ଘୋଷଣା କରିଥିବା ବେଳେ,ପୁତୁରା ସରୋଜର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ମେଡିକାଲକୁ ପଠାଯାଇଛି।ଦୁର୍ଘଟଣା ସମ୍ପର୍କରେ ତିର୍ତ୍ତୋଲ ପୋଲିସ ଜାଣିବା ପରେ ଘଟଣା ସ୍ଥଳରେ ପହଂଚିବା ପୂର୍ବରୁ ଦୁର୍ଘଟଣା ଘଟାଇ ଥିବା ଟ୍ରାକ୍ଟର ଫେରାର ହୋଇଯାଇଛି। ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ବୋଲି ଜାଣିବାକୁ ମିଳିଛି !

ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ମସୀହା ନ୍ୟୁଜ ଓଡିଶା 

:

Related posts

ରକ୍ଷଣା ବେକ୍ଷଣ ଅଭାବରୁ କାର୍ଯ୍ୟରେ ଅସୁନି ରାଜପୁର ପୁର୍ଣି ବନ୍ଦ ,ତିନି ବର୍ଷ ହେଲା ହଉନି ନିଲାମ ,ସରକାରୀ ରାଜସ୍ୱ ହାନି 

masiha

ବୟୋଜ୍ୟେଷ୍ଠ ବ୍ଯକ୍ତିଙ୍କ ପରଲୋକ

masiha

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ;୯୩ ଟି ଅଭିଯୋଗ ପଂଜିକୃତ,୨ ଜଣଙ୍କୁ ସ୍ଵାସ୍ଥ୍ୟଗତ ଆର୍ଥିକ ସହାୟତା 

masiha

Leave a Comment

error: Content is protected !!