ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଧ୍ୟାପକଙ୍କ ମାତୃ ବିୟୋଗ, ଚିହ୍ନା ମହଲରେ ଶୋକର ଛାୟା

କୋକସରା,୧୭/୧- କୋକସରା ବ୍ଲକ ଲଡୁଗାଁ କଲେଜରେ ଅଧ୍ୟାପକ ତଥା ଯୁବ ରେଡ଼କ୍ରସ ପରାମର୍ଶ ଦାତା ଭାବେ ଅବସ୍ଥାପିତ ଥିବା ସଂଜୟ କୁମାର ପୁରୋହିତଙ୍କ ମା ଓ କୃପାସିନ୍ଧୁ ପୁରୋହିତଙ୍କ ଧର୍ମପତ୍ନୀ ସ୍ଵର୍ଣପ୍ରଭା ପୁରୋହିତ(୬୮)ଙ୍କ ଅସୁସ୍ଥତା କାରଣରୁ ରବିବାର ସନ୍ଧ୍ୟାରେ ଭବାନୀପାଟଣାରୁ ବରଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଉଥିବା ବେଳେ ଅଧାବାଟରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପରେ ଭବାନୀପାଟଣା ସ୍ଥିତ ବାସଭବନରେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ପରିଜନ ଜ୍ଞାତିକୁଟୁମ୍ବ ମାନେ ପହଞ୍ଚିଥିଲେ। ସେ ଜଣେ ପରୋପକାରୀ, ଧର୍ମ ପରାୟଣା ମହିଳା ଥିଲେ। ତାଙ୍କ ପୁଅ ସଞ୍ଜୟ କୁମାର ପୁରୋହିତ ମୁଖାଗ୍ନି ଦେଇଛନ୍ତି। ଅଧ୍ୟାପକଙ୍କ ମାତୃ ବିୟୋଗରେ ଲଡୁଗାଁ କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନେ ଶୋକ ବ୍ୟକ୍ତ କରିଛନ୍ତି ଓ ଚିହ୍ନା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।

ମସିହା ନିଉଜ ସର୍ଭିସ୍ 

Related posts

ବୈତରଣୀ ନଦୀରେ ଭାସିଗଲେ ମହିଳା

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନଙ୍କ ଧାରଣା ତୃତୀୟ ଦିନରେ      

ପ୍ରକାଶ ପାଇଲା ସଂକ୍ଷିପ୍ତ ଭୋଟର ତାଲିକା

masiha

Leave a Comment

error: Content is protected !!