ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ରେ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ମ.ରାମପୁର,୧୮/୦୧(ମସୀହା):କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ପ୍ରାଧିକରଣ ଓ ମ.ରାମପୁର ଥାନା ର ମିଳିତ ଆନୂକୁଲ୍ୟରେ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି। ପ୍ରଥମେ ମ.ରାମପୁର ମହାବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଗାଡ଼ି ଚାଳକଙ୍କୁ ହେଲମେଟ ପିନ୍ଧି ଗାଡ଼ି ଚଳେଇବା, ମଦ୍ୟପାନ ନ କରିବା, କାର ରେ ସିଟ୍ ବେଲ୍ଟ ବ୍ୟବହାର କରିବା ,ଟ୍ରାଫିକ ନିୟମ ମାନିବା ଆଦି ବିଭିନ୍ନ ସଚେତନତା ବାର୍ତ୍ତା ଗାଡ଼ି ଚାଳକ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନ କରା ଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଏସଆଇ ଜୟଦେବ ତାରିଣୀ, ଏଏସଆଇ ମଳୟ ରଣା, ମନଧର ମାଝୀ, ଅରୁଣ ଛତ୍ରିଆ, କନେଷ୍ଟବଳ ଜଗଦୀଶ ସାହୁ, ସସ୍ମିତା ମାଝୀ, କାମିନୀ ଭୋଇ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଏଥିରେ ଥାନାର ର ଅନ୍ୟାନ୍ୟ କର୍ମଚାରୀ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ସନତ କୁମାର ସାହୁ, ହଜାରୀପଡା କଳାରୁଦ୍ର ଯୁବକ ସଂଘ ର ସଦସ୍ୟ, କଲେଜ ଛାତ୍ର ଛାତ୍ରୀ ପ୍ରମୁଖ ସାମିଲ ରହିଥିଲେ l ପରେ କଲେଜ୍ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ କୁଇଜ୍ ପ୍ରତି ଯୋଗୀତା କରାଯାଇଥିଲା ଏବଂ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ମ.ରାମପୁର ରୁ ପରମାନନ୍ଦ ବିଶି ରିପୋର୍ଟ 

Related posts

ଶିକ୍ଷା ବିଭାଗର ବିଚିତ୍ର ନୀତି ୫ ଟି ସ୍କୁଲ ରୂପାନ୍ତରିତ ପରେ ବି ଶ୍ରେଣୀ ଗୃହ ଅଭାବ ,ବାରଣ୍ଡାରେ ପଢୁଛନ୍ତି ୧ ରୁ ୫ ଶ୍ରେଣୀର ଛାତ୍ରଛାତ୍ରୀ ,ବର୍ଷା ହେଲେ ସ୍କୁଲ ଛୁଟି

Sunil Chandra Nayak

ବିଶ୍ଵ ଏଡ଼ସ୍ ଦିବସ” ପାଳିତ

masiha

ଉର୍ବଶୀ ସାହୁ ଙ୍କ ଅକାଳ ବିୟୋଗ 

masiha

Leave a Comment

error: Content is protected !!