ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ପଲକା ରବୀନ୍ଦ୍ର କୁମାର ଯୋଗ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଙ୍ଘ ତରଫରୁ ଶ୍ରୀ ପଲକା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ମଙ୍ଗଳ ବିଭାଗର ସମସ୍ତ ବିଦ୍ୟାଳୟର ସଠିକ ପରିଚାଳନା ନିମନ୍ତେ ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ସଙ୍ଘର ସଭାପତି ସାଧୁରାମ ଭତ୍ରା, ସମ୍ପାଦକ ରଞ୍ଜନ କୁମାର ବେହେରା, ଉପଦେଷ୍ଟା ସୁକାନ୍ତ ସ୍ୱାଇଁ, ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ଉପସଭାପତି କାଳିକିଙ୍କର ପଟ୍ଟନାୟକ, ଶଶାଙ୍କ ତ୍ରିପାଠୀ,କୋଷାଧ୍ୟକ୍ଷ ସୁବେନ୍ଦୁ ବେହେରା, ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ପାତ୍ର,ପ୍ରଶାନ୍ତ କୁମାର ଜେନା, ଅବନୀ ମଜୁମଦାର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ସେ ସୋନପୁର ଜିଲ୍ଲାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ଦୁଇବର୍ଷ ପୂର୍ବେ ଆନ୍ଦ୍ର ସୀମାନ୍ତ ରେବତୀଗୁଡା ଗାଁକୁ ଯାଇ ପ୍ରତିଶୃତି ଦେଇ ଥିଲେ, ବିଧାୟକ ହବାପରେ କରିଦେଖାଇଲେ 

masiha

କୌଶିକ ବାବା +3 ମହାବିଦ୍ୟାଳୟରେ “ବିଶ୍ୱ ଏଡ଼ସ୍ ଦିବସ” ପାଳିତ

masiha

ଶିକ୍ଷାବିତ୍ ପ୍ରମୋଦିନୀ ମିଶ୍ରଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!