ଡାବୁଗାଁ, ୧୭/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ଗ୍ରାମରେ ବାୟର କମ୍ପାନୀ ତରଫରୁ ଜମିରେ କୀଟନାଶକ ବ୍ୟବହାର ନେଇ ଏକ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଞ୍ଚଳା ଗ୍ରାମର ଚାଷୀ ଗୋବିନ୍ଦଙ୍କ ମକା ଫସଲରେ କିପରି କୀଟନାଶକ ବ୍ୟବହାର କରିବେ ସେନେଇ ବୁଝାଇଥିଲେ | ଉକ୍ତ କ୍ଷେତରେ ଥିବା ମକା ଫସଲରେ ବାୟର କମ୍ପାନୀର “ଭାୟଗୋ” କୀଟନାଶକ ସିଞ୍ଚନ କରି କିପରି ଫସଲକୁ ରୋଗ ମୁକ୍ତ କରିଛନ୍ତି ତାହା ଉପସ୍ଥିତ ବିକ୍ରେତା ମାନେ ବୁଲି ଦେଖିଥିଲେ |
କମ୍ପାନୀ ର ବଜାର ଉନ୍ନୟନ ସଂଯୋଜକ ଡା. ରାଜେଶ ଦୁବେ ଯୋଗ ଦେଇ ଭୟଗୋ ଔଷଧର ଗୁଣ ଓ କାର୍ଯ୍ୟ ଉପରେ ବୁଝାଇଥିଲେ | ନବରଙ୍ଗପୁର ଜିଲା ଆଞ୍ଚଳିକ ପରିଚାଳକ ଅଜୟ କୁମାର ଧୀମନ, ଆଞ୍ଚଳିକ ପରିଦର୍ଶକ ପ୍ରିୟବ୍ରତ ଦାଶ, କମ୍ପାନୀ କର୍ମଚାରୀ ବ୍ରହ୍ମାନନ୍ଦ ପାତ୍ର, ଭରତ ଦାଶ, ଚୌହାନଲାଲ ସାହୁ, , ନୁସାନ ହରିଜନ, ସନ୍ଦିପ ଠାକୁର, ବିକ୍ରମ କେଶରୀ ସ୍ଵାଇଁ, ଉତ୍ତମ ହାଲଦାର ଓ ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି, ନବରଙ୍ଗପୁର ରୁ ପ୍ରାୟ ୩୦ ରୁ ଊର୍ଦ୍ଧ୍ଵ ବିକ୍ରେତା ମାନେ ଏଯୋଗ ଦେଇଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ


