ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପ୍ରଥମ ସେମିଫାଇନାଲ ମ୍ୟାଚରେ ବଲାଙ୍ଗିର ବିଜୟୀ

ମ.ରାମପୁର ,୧୮/୦୧( ମସୀହା) କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଚାଲି ଥିବାବେଳେ ଆଜି ଚତୁର୍ଥ ଦିନ ରେ ପ୍ରଥମ ସେମିଫାଇନାଲ ମ୍ୟାଚ ବଲାଙ୍ଗିର ଓ କଳାହାଣ୍ଡି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ବଲାଙ୍ଗିର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ୧୬ ଓଭରରେ ୯ ୱିକେଟ୍ ହରାଇ ୨୬୬ ରନ କରିଥିଲେ l ଏହାର ଜବାବରେ କଳାହାଣ୍ଡି ଦଳ ୧୩.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୪ ରନ କରିବାରେ ସକ୍ଷମ ହୋଇ ପାରିଥିଲେ l ବଲାଙ୍ଗିର ଦଳର ମୁକେଶ ପଧାନ ମ୍ୟାନ୍ ଅଫ୍ ଦି ହୋଇଥିଲେ l ଏଥିରେ ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ଅଭିରାମ ରଣା ଯୋଗଦେଇ ଆଜିର ମ୍ୟାଚ୍ କୁ ଶୁଭାରମ୍ଭ ର ସଂକେତ ଦେଇ ଖେଳାଳୀଙ୍କୁ ସାକ୍ଷାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ମୋହନଗିରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ସ୍ମୃତିରଞ୍ଜନ ପରିମାଣିକ, କନ୍ଧମାଳ ଜିଲ୍ଲାର ବିଜେପି ସମ୍ପାଦକ ଦେବେନ୍ଦ୍ର କୁଡେଇ, ଅନୁଷ୍ଠାନ ର ସଭାପତି ଶୁକଦେବ ସାହୁ ,ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି ମ୍ୟାଚ୍ କୁ ଆମ୍ପ୍ୟାୟର ଭାବରେ ରାଧାକାନ୍ତ ବେହେରା, ଧୀରେନ୍ଦ୍ର ବିଶ୍ୱାଳ ଓ ଜୁବୀନ ଲହଜଲ୍ ପରିଚାଳନା କରିଥିବାବେଳେ ସତ୍ୟନାରାୟଣ ମହାପାତ୍ର,ଶଙ୍କର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ l ସୁନିଲ କୁମାର ଭୋଇ, ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ୱରେ ରହିଥିଲେ l ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପାତ୍ର,ଭୀଷ୍ମ ମଲ୍ଲିକ, ଚନ୍ଦ୍ରକାନ୍ତ ମାଝୀ,କୁଞ୍ଜ ପ୍ରଧାନୀ, ଦଇତାରୀ ମାଝୀ,ବାପି ସା, ଉତେଶ ଧାରୁଆ, ଶ୍ରୀମନ୍ତ ଧାରୁଆ, ମହଙ୍ଗ ଭୋଇ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା ୨୦ ତାରିଖରେ ସମ୍ବଲପୁର ଓ ଜଗଦଲପୁର ଦଳ ମଧ୍ୟରେ ମ୍ୟାଚ୍ ହେବ ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଶହୀଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

masiha

ମା ବାସୁଳୀ ୟୁଥ କ୍ଲବ ନୟାଗଡ ତରଫରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ସଫଳ ଉଦଜାପିତ ହୋଇଯାଇଛି

Sunil Chandra Nayak

ଜୁଡ଼ିଆରେ ମା ବନଦୂର୍ଗାର ୩୨ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!