ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇକେଲ ପ୍ରଦାନ କରି ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟେଇଲେ ସାମାଜିକ କର୍ମୀ

ଜଗତସିଂହପୁର :- ଅଭିଶପ୍ତ ଜୀବନରେ ଚେନାଏ ଖୁସୀ ଆସିଥାଏ ସେତେବେଳେ, ଯେତେବେଳେ କିଛି ଗୋଟିଏ ଆଶାର ଆଲୋକ ଜୀବନରେ ଅକସ୍ମାତ କିରଣ ବିଞ୍ଚିଦିଏ ! ପାଠକବନ୍ଧୁ, ଆମେ କହୁଛୁ ତିନିଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ବିଷୟରେ ଯିଏ ଅତି ଦୁଃଖରେ ଜୀବନ ସହିତ ସଂଗ୍ରାମ କରି ଆସୁଥିଲେ ! ଦୈନନ୍ଦିନ ଚଳପ୍ରଚଳ ହେବାକୁ ଅନ୍ୟ ଉପରେ ନିର୍ଭର କରି ବଡ ଦୁଃଖ ଭୋଗୁଥିବାର ବ୍ୟକ୍ତି ଜଗତସିଂହପୁର ଜିଲ୍ଲା ପୌରାଞ୍ଚଳ ବାସୀ ଅତାମଳା ଦେଭୋଗ ଗ୍ରାମର ଶକୁନ୍ତଳା କାଣ୍ଡି ବୟସ 45 ବର୍ଷ, ଜଗତସିଂହପୁର ବ୍ଲକ ଅଁଳା ପଞ୍ଚାୟତ ଚାନ୍ଦଗାଁ ପାଟଣା ଯୁଗଳ ନାୟକ ବୟସ 90 ବର୍ଷ ଏବଂ ଖଇରଙ୍ଗ ପଞ୍ଚାୟତ ମହିରା ଗ୍ରାମର ମିଟୁ ସାହୁ 40 ବର୍ଷ ! ଏମାନେ ସମସ୍ତେ ଭିନ୍ନକ୍ଷମ ଅଟନ୍ତି ! ଆଶୀର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରାଙ୍କୁ, ଶକୁନ୍ତଳା ଓ ଯୁଗଳ,ଟ୍ରାଇ ସାଇକେଲ ପାଇଁ କହିଥିଲେ ! ଶ୍ରୀଯୁକ୍ତ ବେହେରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଟ୍ରାଇ ସାଇକେଲ ବିଷୟରେ ଅବଗତ କରାଇବାରୁ,ନିହାତି ଆବଶ୍ୟକତା କୁ ଆଖି ଆଗରେ ରଖି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତିନି ଜଣଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି ! ସାଇକେଲ ପାଇ ତିନି ଭିନ୍ନକ୍ଷମ ବହୁତ ଖୁସୀ ହୋଇ ଥିବାର ଦେଖିବାକୁ ମିଳିଛି ! ଆଶୀର୍ବାଦ ସେବା ସଂଗଠନର ସଭାପତିଙ୍କ ସମେତ ହିମାଂଶୁ ଶେଖର ଆଚାର୍ଯ୍ୟ, ଦୈତାରୀ ଭୋଇ,ପ୍ରଦୀପ ଦାସ, ନିରୁପମା ପରିଡା,ଶ୍ରୁତକିର୍ତ୍ତୀ ମିଶ୍ର,ସୀମା ଭୋଇ, ସୌମ୍ୟକାନ୍ତ ଦାସ,ରଶ୍ମି ରଞ୍ଜନ ମହାନ୍ତି, ବିଜେନ୍ଦ୍ର ଦାସ ଉପସ୍ଥିତିରେ ଏହି ସାଇକେଲ ପ୍ରଦାନ କରାଯାଇଥିଲା ! ଏହି ଜନମଙ୍ଗଳ କାର୍ଯ୍ୟକୁ ବହୁ ବ୍ୟକ୍ତି ପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଉତ୍କଳୀୟ ନବବର୍ଷ ଉପଲକ୍ଷେ “ସ୍ବାଗତ ଓଡ଼ିଶା” ମୋ ସଂସ୍କୃତି,ପରମ୍ପରା,ମୋ ଭାଷା ପ୍ରତିଯୋଗିତା, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ -୨୦୨୬ ଅନୁଷ୍ଠିତ  

Sunil Chandra Nayak

ପିରବତୀ ମହିଳା କଲେଜରେ ଶିଶୁ ଦିବସ ପାଳିତ

Sunil Chandra Nayak

୬୯ ଜଣ ଛାତ୍ରଛାତ୍ରି ଦେଲେ ବୃତ୍ତି ପରୀକ୍ଷା 

masiha

Leave a Comment

error: Content is protected !!