ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଧର୍ମଗଡ:୧୯/୧/୨୩: ଧର୍ମଗଡ ଠାରେ ୭୪ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ତହସିଲଦାର ହରେକୃଷ୍ଣ ବରିହା, ସହ ଜିଲ୍ଲାପାଳ ଅଜିତ କୁମାର ଶବର,ନନ୍ଦ କିଶୋର ତାଣ୍ଡି, ବିଡିଓ ଶରତ କୁମାର ସେଠି,ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ୍ ଚୋପଦାର ପ୍ରମୁଖ ଉପସ୍ଥିତ ଥିଲେ।

    ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ ଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ସ୍ତର ମହା ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କଣ୍ଠ ସଙ୍ଗୀତ, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗୀତା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ଧର୍ମଗଡ ଆଇ ଆଇ ସି ଦିପାଞ୍ଜଳି ପ୍ରଧାନ, ବିଦ୍ୟାଧର ସାହୁ,ଘନଶ୍ୟାମ ଅଗ୍ରୱାଲ, ହୃଷିକେଶ ମିଶ୍ର, ,ବୈଦ୍ୟନାଥ ବେହେରା,ବିରଞ୍ଚି ନାରାୟଣ ଜାଲ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ପ୍ରତିନିଧି ତଥା ଲାଇନ୍ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଛତାମହୁଲ ସ୍କୁଲରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆରେ ଶିଶୁ ଦିବସ -୨୦୨୪ ପାଳିତ

masiha

ଓଡ଼ିଆ ଜାତିର ପିତା ମଧୁବାବୁ ଙ୍କ ଜୀବନ ଦର୍ଶନ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!