ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହୋତ୍ସବ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

କାମାକ୍ଷାନଗର (ମ ନି ସ)୧୯/୦୧_ ଆଜି ଅପରାହ୍ନ ୩ ଘଟିକା ୩୦ ମିନିଟ ସମୟରେ କାମାକ୍ଷାନଗର ରେ ଆସନ୍ତା ଫେବୃୟାରୀ ୮ ରେ ହେବାକୁ ଥିବା କାମାକ୍ଷାନଗର ମହୋତ୍ସବ ପାଇଁ ବ୍ଲକ୍ ସଭା ଗୃହ ଠାରେ ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଉକ୍ତ ବୈଠକରେ ସାଂସଦ ମହେଶ ସାହୁ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତଶଙ୍କର ସାହୁ , ଢେଙ୍କାନାଳ ଏଡିଏମ୍ ,ଜିଲ୍ଲାପରିଷଦ ଉପାଧକ୍ଷା ବିଳାସିନୀ ସେଠୀ , କାମାକ୍ଷାନଗର ଏନ୍. ଏ. ସି ନଗରପାଳ ଧର୍ମାନନ୍ଦ ପରିଡା , ଭୁବନ ଏନ୍.ଏ.ସି ନଗରପାଳ ଶୁଭେନ୍ଦୁ ସାହୁ , ଭୂବନ ବ୍ଲକ୍ ଅଧ୍ୟକ୍ଷା ସିପ୍ରା ବରାଳ ,ବାର ଆସୋସିଏସନ୍ ସଭାପତି ଧର୍ମାନନ୍ଦ ମଲ୍ଲିକ, କାମାକ୍ଷାନଗରର ଦୁଇ ଟି ସାମ୍ବାଦିକ ସଂଘ ସଭାପତି ଓ ସାମ୍ବାଦିକ,ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, କ୍ରୀଡାବିତ୍ ,ଡାକ୍ତର, ପ୍ରଶାସନ,ପୋଲିସ,ଶିକ୍ଷକ, ଶିକ୍ଷୟିତ୍ରୀ,ଅଧ୍ୟାପକ,ଅଧ୍ୟାପିକା, ବୁଦ୍ଧିଜୀବୀ,ସାହିତ୍ୟିକ,ଲେଖକ ,କବି,କଳାକାର,ସମାଜସେବକ,କୃଷକ, ବିଭିନ୍ନ ରାଜନୈତିକ ଦଳର ସଭାପତି ଙ୍କ ସମେତ ପ୍ରାୟ ୩୦୦ ରୁ ଉର୍ଦ୍ଧ ପ୍ରତିନିଧି ଏହି ପ୍ରସ୍ତୁତି ବୈଠକରେରେ ଉପସ୍ଥିତ ଥିଲେ। 

ଦୀର୍ଘ ୭ ବର୍ଷ ହେଲା କାମାକ୍ଷାନଗର କ୍ରୀଡ଼ା ମହୋତ୍ସବ ହେଉଥିଲା ଯାହା କି ଚଳିତ ବର୍ଷ ଏହାକୁ କାମାକ୍ଷାନଗର ମହୋତ୍ସବ କରାଯିବାପାଇଁ ସ୍ଥିର କରାଯାଇଛି ।ଆସନ୍ତା ଫେବୃଆରୀ ୮ ତାରିଖ ରୁ ଆରମ୍ଭ ହୋଇ ଫେବୃଆରୀ ୧୨ ତାରିଖ ଦୀର୍ଘ ୫ ଦିନ ଚାଲିବ।ଯାହାକି କ୍ରୀଡା ସହ ସାଂସ୍କୃତିକ କାର୍ଯ୍ୟକ୍ରମ , ଓଡିଶା ରୁ ବିଲୁପ୍ତ ହେଇ ଯାଉଥିବା ନୃତ୍ୟ, କଳା, ତଥା ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ମହିଳା ତଥା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ତିଆରି କରାଯାଇଥିବା ହସ୍ତଶିଳ୍ପ ଆଦି ଏହି ମହୋତ୍ସବ ରେ ସାମିଲ କରାଯିବାପାଇଁ ସ୍ଥିର କରାଯାଇଛି।ଏହାକୁ କିପରି ସୂଚାରୁ ରୂପେ ଆୟୋଜନ ହେଵ ସେଥିପାଇଁ ଉପଜିଲ୍ଲାପାଳ ଶ୍ରୀ ସାହୁ ଙ୍କ ତତ୍ବାବଧାନରେ ଏକ କୋର କମିଟି ଗଠନ କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇଅଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନକଲି ଡାକ୍ତର ସାଜିଛନ୍ତି ନକଲି ସାମ୍ବାଦିକ…..

masiha

ଜୁନାଗଡ଼ରେ ଚୈତ୍ର ପର୍ବ ଓ ଘଟ ଯାତ୍ରା ସମ୍ପନ

Sunil Chandra Nayak

ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!